ଓଡିଶା

odisha

ETV Bharat / business

ଜିଏସଟିର ହେବ ନବକଳେବର, ବଦଳିପାରେ ପଦ୍ଧତି - gst review

ବଦଳିପାରେ ଜିଏସଟି ଢାଞ୍ଚା। ପରିବର୍ତ୍ତନ ହୋଇପାରେ ସ୍ଲାବ ଓ ଦର ପ୍ରଣାଳୀ । ଏନେଇ ସମୀକ୍ଷା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର।

ପ୍ରତିକାତ୍ମକ ଫଟୋ

By

Published : Oct 12, 2019, 1:04 PM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର(ଜିଏସଟି) ଲାଗୁ ହେବାର 2 ବର୍ଷ ପରେ ହେବ ଆମୂଳଚୂଳ ସମୀକ୍ଷା । କେନ୍ଦ୍ର ସରକାର ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସବୁ ଦିଗକୁ ପରିଖିବା ପରେ ପୁଣି ଥରେ ଜିଏସଟି ପ୍ରଣାଳୀରେ ପରିବର୍ତ୍ତନ କରାଯିବ। ଜିଏସଟି ସଂଗ୍ରହ ବୃଦ୍ଧି ଓ କର ହେରଫେରକୁ ରୋକିବା ଲାଗି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।


କେନ୍ଦ୍ର ଓ ରାଜ୍ୟ ସରକାରଙ୍କ 12 ଜଣ ଅଧିକାରୀଙ୍କୁ ନେଇ ଗଠିତ ଏକ କମିଟିକୁ ଏହାର ଦାୟିତ୍ବ ଦିଆଯାଇଛି । ଏନେଇ ଶୁକ୍ରବାର ରାଜ୍ୟର ସଚିବଙ୍କ ସହ ଆଲୋଚନା କରାଯାଇଛି । ଜିଏସଟି ସଂଗ୍ରହ ବୃଦ୍ଧି ଏହି ବୈଠକର ମୁଖ୍ୟ ପ୍ରସଙ୍ଗ। ଏଥିପାଇଁ ରାଜ୍ୟକୁ ସହଯୋଗ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ନିୟମ ଲାଗୁର 2 ବର୍ଷ ପରେ ଜିଏସଟିର ହେବ ନବେକଳେବର । ଏହାକୁ ସମୀକ୍ଷା କରିବା ପାଇଁ ଗଠନ ହୋଇଥିବା ପ୍ୟାନେଲ ଜିଏଟି ଠକେଇ ଓ ହେରଫେର ଉପରେ କଡା ନଜର ରଖିବ । ଏକ ପ୍ରମୁଖ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସରକାର ଏପରି ନିୟମ ତିଆରି କରିବେ ଯେଉଁଥିରେ ଲୋକେ ନିଜେ ଜିଏସଟି ଅଧିନରେ ସାମିଲ ହେବାକୁ ଚାହିଁବେ । ଏହା ବ୍ୟତୀତ ଏପରି ବହୁ ଉତ୍ପାଦକୁ ଜିଏସଟି ଅଧିନରେ ଆଣିବା ପାଇଁ କମିଟି ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇପାରେ।

ପ୍ରକାଶ ଥାଉ ଯେ, ଗତ କିଛି ମାସରେ ଜିଏସଟି ସଂଗ୍ରହ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଚଳିତ ଆର୍ଥିତ ବର୍ଷର ପ୍ରଥମ 6 ମାସରେ ଜିଏସଟି ଆଦାୟ ଅଭିବୃଦ୍ଧି 5 ପ୍ରତିଶତ ହ୍ରାସ ପାଇଛି । ଯେତବେଳେକି ଏହାର ଲକ୍ଷ 13 ପ୍ରତିଶତରୁ ଉର୍ଦ୍ଧ୍ବ କରିବା। ତେବେ ଜିଏସଟି ଆଦାୟ ହ୍ରାସର ପଛରେ ଏପରି ବହୁ କାରଣ ରହିଛି , ଯାହାକୁ ସୁଧାରିବା ପାଇଁ ସରକାର ବହୁ ନୂଆ ଯୋଜନା ନେଇ ବିଚାର କରୁଛନ୍ତି।

ABOUT THE AUTHOR

...view details