ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀଙ୍କ ପାଇଁ ନୂଆ ନିୟମ ଜାରି କଲେ ସରକାର । ଏବେ ଏହି ସବୁ ପ୍ଲାର୍ଟଫର୍ମରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ଲେଖା ହେବ, ସେସବୁ କେଉଁଠାରେ ତିଆରି ହେଉଛି । ଯଦି କୌଣସି ଇ-କମର୍ସ କମ୍ପାନୀ ଏହି ନିୟମର ଉଲ୍ଲଙ୍ଘନ କରେ, ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଏଥପାଇଁ ସରକାର କଞ୍ଜ୍ୟୁମର ପ୍ରୋଟେକ୍ସନ (E-Commerce) ଆଇନ 2020କୁ ସୂଚିତ କରିଛନ୍ତି ।
ଏହି ନୂଆ ନିୟମ ଭାରତ ବା ବିଦେଶରେ ପଞ୍ଜୀକୃତ ଇଲେକ୍ଟ୍ରୋନିକ ଖୁଚୁରା ବିକ୍ରେତା , ଯେଉଁମାନେ ଭାରତୀୟ ଗ୍ରାହକଙ୍କୁ ସାମଗ୍ରୀ ଓ ସେବା ପ୍ରଦାନ କରୁଛନ୍ତି, ସେମାନଙ୍କ ପାଇଁ ଲାଗୁ ହେବ । ଏହି ନୂଆ ନିୟମ ଅନୁସାରେ କେବଳ ଉତ୍ପାଦର ଉତ୍ପତ୍ତି ଦେଶ ନାଁ ଲେଖିବେ ନାହିଁ କମ୍ପାନୀ ବରଂ ବିକ୍ରି ପାଇଁ ରଖାଯାଇଥିବା ସାମଗ୍ରୀ ସେବାର ମୋଟ ଦାମ ସହ ଅନ୍ୟ ଶୁଳ୍କର ଚିଠା ଦେବାକୁ ହେବ । ଏଥିସହ କହିବାକୁ ପଡିବ ଯେ ବସ୍ତୁର ମିଆଦ ପୂର୍ଣ୍ଣ ତାରିଖ ଅର୍ଥାତ ଏହାର 'ଶେଷ ତାରିଖ କ’ଣ ରହିଛି ?