ନୂଆଦିଲ୍ଲୀ: ରୁଗ୍ଣ ଅର୍ଥବ୍ୟବସ୍ଥାକୁ ସୁସ୍ଥ କରିବା ପାଇଁ ଆରବିଆଇଠୁ ପୁଣି ସହଯୋଗ ଅପେକ୍ଷାରେ ସରକାର । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ 30 ହଜାର କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ଲୋଡିବେ କେନ୍ଦ୍ର ସରକାର !
2019-20 ବର୍ଷରେ ଦେଶର ଆର୍ଥିକ ନିଅଣ୍ଟ, ଯେପରି ମୋଟ ଘରୋଇ ଉତ୍ପାଦ(ଜିଡିପି) 3.3 ପ୍ରତିଶତରେ ସୀମିତ ରହିବ , ସେଥିପାଇଁ ସରକାର ଏହି ଆର୍ଥିକ ସହାୟତାରେ ପାଇବାକୁ ଆଶା ରଖିଛନ୍ତି । ଆୟ ତୁଳନାରେ ଖର୍ଚ୍ଚ ଅଧିକ ଯୋଗୁଁ ଅଭିବୃଦ୍ଧି ହାର 5 ପ୍ରତିଶତକୁ ଖସି 6 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏଥିରେ ସୁଧାର ପାଇଁ ଆବଶ୍ୟକୀୟ ଟଙ୍କା ପାଇଁ ଦେଶର ଆର୍ଥିକ ନିଅଣ୍ଟ ବଢିପାରେ ବୋଲି ଅନୁମାନ ହେଉଛି । ଯାହାର ପ୍ରଭାବ ପୁଣି ଜିଡିପି ଉପରେ ପଡିବ । ଏଣୁ ଏଥିପାଇଁ ଆରବିଆଇ ଠାରୁ ଟଙ୍କା ମଗାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏ ନେଇ ଜାନୁଆରୀ ଆରମ୍ଭରେ ନିଷ୍ପତ୍ତି ଚୂଡାନ୍ତ ହେବ ।