ଓଡିଶା

odisha

ETV Bharat / business

ଘରେ କେତେ ଅଛି ସୁନା? ସରକାରଙ୍କୁ ଦେବେ ସୂଚନା! - ସୁନା ବିଲ୍‌

ବଡ ନୋଟ ପରେ ଏବେ ସୁନାର ପାଳି। ଆପଣଙ୍କ ପାଖରେ କେତେ ସୁନା ରହିଛି। ତାର ଦାମ କେତେ? ସେ ନେଇ ସରକାରଙ୍କୁ ଦେବେ ସୂଚନା...

ଡିଜାଇନ ଫଟୋ

By

Published : Oct 30, 2019, 8:04 PM IST

ନୂଆଦିଲ୍ଲୀ: ନୋଟବନ୍ଦୀ ପରେ କମିଲା କଳାଧନ କାରବାର। ଏବେ ସୁନାର ପାଳି। ଆପଣଙ୍କ ପାଖରେ କେତେ ସୁନା ରହିଛି । ତାର ଦାମ କେତେ ? ଆଉ ଯଦି ପ୍ରମାଣ (ରସିଦ) ନଥାଇ ସୁନା ରହିଛି । ତେବେ ସେ ନେଇ ସମ୍ପୂର୍ଣ୍ଣ ସୂଚନା ସହ ଦେବେ ନିର୍ଦ୍ଧାରିତ ଟିକସ।

ଏଥିପାଇଁ ସରକାର ଶୀଘ୍ର ସୁନା ଏମନେଷ୍ଟି ସ୍କିମ (Amnesty Scheme) ଯୋଜନା ଘୋଷଣା କରିପାରନ୍ତି । ଏହି ଯୋଜନା ଅଧିନରେ ସରକାରଙ୍କୁ ଘରେ ରଖାଯାଇଥିବା ସୁନାର ମୁଲ୍ୟ ସମ୍ବନ୍ଧରେ ସୂଚନା ଦେବାକୁ ହେବ ।


ଏହି ଏମନେଷ୍ଟି ସ୍କିମ ଜରିଆରେ ସୁନା ଦାମ ନିର୍ଦ୍ଧାରଣ କରିବା ପାଇଁ ଭେଲ୍ୟୁସେନ ସେଣ୍ଟରରୁ ସାର୍ଟିଫିକେଟ ନେବାକୁ ପଡିବ । ଏଥିସହ ବିନା ରସିଦରେ ଯେତିକି ସୁନା ଥିବା ତା ଉପରେ ପୁଣି ଅଲଗା ଟିକସ ଗଣିବାକୁ ହେବ। ଏହି ସ୍କିମକୁ ଏକ ବିଶେଷ ଅବଧି ପାଇଁ ଆରମ୍ଭ କରାଯିବ। ଆଉ ଏହା ଶେଷ ହେବା ପରେ ବିନା ରସିଦରେ ରହିଥିବା ସୁନା ପାଇଁ ଅଧିକା ଜୋରିମାନା ଦେବାକୁ ହେବ । ମନ୍ଦିର ଓ ଟ୍ରଷ୍ଟ ପାଖରେ ରହିଥିବା ସୁନା ପାଇଁ ମଧ୍ୟ ପ୍ରଡକ୍ଟିଭ ଇନଭେଷ୍ଟମେଣ୍ଟ ଜରିଆରେ ବ୍ୟବହାର କରିବାକୁ ଘୋଷଣା କରାଯାଇଛି ।

ଏମନେଷ୍ଟି ସ୍କିମ ସହ ସୁନାକୁ ଆସେଟ କ୍ଲାସ ଭାବେ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଘୋଷଣା ହୋଇପାରେ । ଏଥିପାଇଁ ସୋଭରେନ ଗୋଲ୍ଡ ବଣ୍ଡ ସ୍କିମକୁ ଆକର୍ଷିତ କରିବାକୁ ବିଶେଷ ପରିବର୍ତ୍ତନ କରାଯାଇପାରିବ । ସୋଭରେନ ଗୋଲ୍ଡ ବଣ୍ଡ ସାର୍ଟିଫିକେଟକୁ ମିଶ୍ରଣ ପାଇଁ ମଧ୍ୟ ବିକଳ୍ପ ଦିଆଯିବ ।


ଅର୍ଥମନ୍ତ୍ରଣାଳୟର ଆର୍ଥିକ ମାମଲା ଓ ରାଜସ୍ବ ବିଭାଗ ମିଶି ଏହି ସ୍କିମକୁ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବକୁ ଅର୍ଥମନ୍ତ୍ରଣାଳୟ କ୍ୟାବିନେଟ ପାଖକୁ ପଠାଇଛି । ଶୀଘ୍ର ଏ ନେଇ କ୍ୟାବିନେଟ ମଞ୍ଜୁରୀ ଦେଇପାରେ । ତେବେ ମହାରାଷ୍ଟ୍ର ଓ ହରିଆନା ରାଜ୍ୟ ନିର୍ବାଚନ ଯୋଗୁଁ ଏହା ଅଧାରେ ଅଟକିଯାଇଥିଲା।

ABOUT THE AUTHOR

...view details