ନୂଆଦିଲ୍ଲୀ: ବଡ ଖବର । ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଦୀପାବଳୀ ଭେଟି । ବଢିଲା ରବି ଫସଲର ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି) । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ସିସିଇଏ(ଆର୍ଥିକ ମାମଲା ସମିତି) ବୈଠକରେ ଏ ନେଇ ଘୋଷଣା ହୋଇଛି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦେଶର କୋଟି କୋଟି ଚାଷୀ ଉପକୃତ ହେବେ ।
ଏହି ବୈଠକରେ ଗହମର ଏମଏସପି କ୍ବିଣ୍ଟାଲ ପିଛା 85 ଟଙ୍କା ବୃଦ୍ଧି ପାଇ 1,925 ଟଙ୍କା ରହିଛି । ଯାହା ଗତବର୍ଷ 1,840 ଟଙ୍କା ରହିଥିଲା । ସେହିପରି ଡାଲି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମସୁରୀ କ୍ବିଣ୍ଟାଲ 325 ବଢି 4,800 ଟଙ୍କା କରାଯାଇଛି । ପୂର୍ବ ବର୍ଷ ଏହା 4,475 ଟଙ୍କା ଥିଲା ।