ଓଡିଶା

odisha

ETV Bharat / business

ମୋବାଇଲ ଉତ୍ପାଦନର 16 ପ୍ରସ୍ତାବକୁ ମଞ୍ଜୁରୀ, 11 ହଜାର କୋଟିର ହେବ ନିବେଶ - Government approves 16 mobile companies under PLI Scheme

ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ ଯୋଜନା ଅଧିନରେ 16 ଯୋଗ୍ୟ ଆବେଦକଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଯୋଜନା ଅଧିନରେ ଯେଉଁ ସବୁ କମ୍ପାନୀକୁ ମଞ୍ଜୁରୀ ଦିଆଯାଇଛି , ସେମାନେ ଆସନ୍ତା 5 ବର୍ଷରେ 2 ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି କରିପାରନ୍ତି । ଅଧିକ ପଢନ୍ତୁ..

ମୋବାଇଲ ଉତ୍ପାଦନର 16 ପ୍ରସ୍ତାବକୁ  ମଞ୍ଜୁରୀ, 11 ହଜାର କୋଟିର ହେବ ନିବେଶ
ମୋବାଇଲ ଉତ୍ପାଦନର 16 ପ୍ରସ୍ତାବକୁ ମଞ୍ଜୁରୀ, 11 ହଜାର କୋଟିର ହେବ ନିବେଶ

By

Published : Oct 7, 2020, 4:54 PM IST

ନୂଆଦିଲ୍ଲୀ: ଘରୋଇ ଓ ଅନ୍ତରାଷ୍ଟ୍ରୀୟ କମ୍ପାନୀର 11,000 କୋଟି ଟଙ୍କା ନିବେଶ ହୋଇଥିବା 16 ମୋବାଇଲ ଫୋନ ବିନିର୍ମାଣ ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି ସରକାର । ଏହା ଅଧିନରେ ଏହି ସବୁ କମ୍ପାନୀଗୁଡିକ ଆସନ୍ତା 5 ବର୍ଷରେ ପାଖାପାଖୀ 10.5 ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ ଫୋନ ତିଆରି କରିବେ । ଏଥିରେ ଆଇଫୋନ ତିଆରି କରୁଥିବା ଅନ୍ତରାଷ୍ଟ୍ରୀୟ କମ୍ପାନୀ ଆପଲର ଚୁକ୍ତିବନ୍ଧ ଫକ୍ସକନ୍, ହୋନ ହାଇ, ବିଷ୍ଟ୍ରିନ ଓ ପେଗାଟ୍ରନର ପ୍ରସ୍ତାବ ସାମିଲ ଅଛି ।

ଏହା ବ୍ୟତିତ ସାମସଙ୍ଗ ଓ ରାଇଜିଂ ଷ୍ଟାରର ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । ଘରୋଇ କମ୍ପାନୀରେ ଲାଭା, ଭଗବତୀ (ମାଇକ୍ରୋମ୍ୟାକ୍ସ ), ପେଜେଟ ଇଲୋକ୍ଟ୍ରୋନିକ୍ସ, ୟୁଟିଏଲ ନିୟୋଲିକ୍ସ ଓ ଅପ୍ଟିମସର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।

ଅଧିକାରୀଙ୍କ ବିବୃତ୍ତି ଅନୁସାରେ ‘‘ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ ଯୋଜନା ଅଧିନରେ 16 ଯୋଗ୍ୟ ଆବେଦକଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଯୋଜନା ଅଧିନରେ ଯେଉଁ ସବୁ କମ୍ପାନୀକୁ ମଞ୍ଜୁରୀ ଦିଆଯାଇଛି , ସେମାନେ ଆସନ୍ତା 5 ବର୍ଷରେ 2 ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ରୋଜଗାର ସୃଷ୍ଟି କରିବେ । ଯେତେବେଳେ କି ଏହାଠାରୁ ପାଖାପାଖି 3 ଗୁଣା ଅଧିକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି ।

ବହୁ ପରିମାଣରେ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ପାଇଁ ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ ସ୍କିମ୍ (PLI) କୁ 2020 ଏପ୍ରିଲ 1ରୁ ସୂଚିତ କରାଯାଇଥିଲା। ଏହି ଯୋଜନାରେ ଅନୁମୋଦିତ କମ୍ପାନୀଗୁଡିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 10.5 ଲକ୍ଷ କୋଟି ଟଙ୍କାରୁ ଅଧିକ ମୋବାଇଲ ଫୋନ ଉତ୍ପାଦନ କରିବେ ବୋଲି ଆଶା କରାଯାଉଛି। ଇଲେକ୍ଟ୍ରୋନିକ୍ସ ଉପାଦାନ ବର୍ଗରେ ଏଟି ଆଣ୍ଡ ଏସ୍, ଆସେଣ୍ଟ ସର୍କିଟ, ଭିଜିକନ, ନେଓଲିଙ୍କ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି।

ABOUT THE AUTHOR

...view details