ଓଡିଶା

odisha

ETV Bharat / business

ଡିସକମ୍‌କୁ 90 ହଜାର କୋଟିର ଇଞ୍ଜେକ୍ସନ - ଅର୍ଥମନ୍ତ୍ରୀଙ୍କ ଘୋଷଣା

ବିଦ୍ୟୁତ ବିତରଣକାରୀ କମ୍ପାନୀଙ୍କ ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଡିସକମକୁ ଆର୍ଥିକ ସଙ୍କଟରୁ ରକ୍ଷା ପାଇଁ ୯୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି ।

Government announces RS 90,000 crore liquidity injection for Power Distribution Companies
ଡିସକମ୍‌କୁ 90 ହଜାର କୋଟିର ଇଞ୍ଜେକ୍ସନ

By

Published : May 13, 2020, 6:48 PM IST

ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ନଗଦ ସଙ୍କଟ ବୁଡିରହିଥିବା ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ବୁଷ୍ଟର ଦେଇଛନ୍ତି ସରକାର । 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ମଧ୍ୟରେ ଡିସକମ (ବିଦ୍ୟୁତ ବିତରଣ କମ୍ପାନୀ) ପାଇଁ 90 ହଜାର କୋଟିର ଫଣ୍ଡ ଘୋଷଣା ହୋଇଛି।

ଏହି ଟଙ୍କା କମ୍ପାନୀଙ୍କୁ ଦେଲାବେଳେ ରାଜ୍ୟ ସରକାର ଏଥିପାଇଁ ଗ୍ୟାରେଣ୍ଟି ଦେବେ । ଏ ନେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘‘ଆମେ ଚାହୁଁ ଯେ ଲାଭ ଗ୍ରାହକଙ୍କୁ ଦିଆଯାଉ । ଆମେ ଏହା ସ୍ପଷ୍ଟ କରୁଛୁ କି ଏହି ସୁବିଧା ଶେଷରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ।

ନଗଦ ସଙ୍କଟରେ ଜୁଝୁଥିବା ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ଏହି ଫାଇଦା ମିଳିବ । ଏହି ଟଙ୍କା ବକେୟା ପୂରଣ ପାଇଁ ମଧ୍ୟ ସାହାଯ୍ୟ ହେବ ।

ABOUT THE AUTHOR

...view details