ଓଡିଶା

odisha

ETV Bharat / business

‘କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ସୁବିଧା ଦିଆଯାଉ’

କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ ହୋମ ପଲିସି ଲାଗୁ କରାଯାଉ । ଏନେଇ କମ୍ପାନୀଙ୍କ ପାଇଁ ପରାମର୍ଶ ଜାରି କଲେ ସରକାର ।

By

Published : Mar 21, 2020, 1:40 PM IST

government advises companies to implement work from home policy
‘କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ସୁବିଧା ଦିଆଯାଉ’

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏହାକୁ ନିୟନ୍ତ୍ରଣ ପାଇଁ ସାମାଜିକ ଏକଜୁଟ ଓ ଏକତ୍ର ହେବା ଉପରେ ଲଗାଯାଉଛି ରୋକ । ଏଥିଲାଗି କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ସୁବିଧା ଯୋଗାଇଦେବାକୁ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିୟମ ଅନୁଯାୟୀ କମ୍ପାନୀମାନଙ୍କୁ ଛୁଟି ଦେବା ସହ ଜୁନ 30 ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶକ ବୋର୍ଡର ବୈଠକ କରିବାକୁ ଅନୁମତି ଦେଇଛି ।

କର୍ପୋରେଟ ବ୍ୟାପାର ସଚିବ ଇଞ୍ଜେତି ଶ୍ରୀନିବାସ ଗୁରୁବାର କହିଛନ୍ତି ଯେ, କମ୍ପାନୀ ଆଇନ ଅନୁଯାୟୀ ଦିଆଯିବାକୁ ଥିବା ଆଶ୍ବସ୍ତିକୁ ମନ୍ତ୍ରଣାଳୟ ଆକଳନ କରୁଛି । ଯାହା ମହାମାରୀ ସମୟରେ କାର୍ଯ୍ୟକାରୀ ହୋଇପାରିବ । କମ୍ପାନୀ ଏବଂ LLP ପାଇଁ ସରକାର ଏକ ଡିଜିଟାଲ୍ ଫର୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ କରୋନାଭାଇରସ୍ ସଙ୍କଟ ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ସୂଚନା ଦିଆଯାଇପାରିବ |

ଆଉ ଏହାର ଲକ୍ଷ୍ୟ ହେଉଛି କମ୍ପାନୀ ଏବଂ LLP ବିଷୟରେ ସୂଚନା ସଂଗ୍ରହ କରିବା । ଯେଉଁମାନେ କର୍ମଚାରୀଙ୍କୁ ଘରୁ କାମ କରିବାର ସୁବିଧା ଦେଇଛନ୍ତି | ଏଥିସହ ଶ୍ରୀନିବାସ ନିଜ ପରାମର୍ଶରେ ଜଣାଇଛନ୍ତି ଯେ, କମ୍ପାନୀ ଏବଂ ଏଲଏଲପି ମୁଖ୍ୟତଃ ସହର ଇଲାକାର ପ୍ରମୁଖ ନିଯୁକ୍ତିଦାତା ।

ସଂକ୍ରମଣକୁ ରୋକିବା ଏବଂ ଏଥିଯୋଗୁଁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ ପାଇଁ ସାମାଜିକ ଏକଜୁଟ ହେବା ଠିକ ନୁହେଁ । ଏଥିପାଇଁ କମ୍ପାନୀଗୁଡିକ ସତର୍କ ହେବା ଆବଶ୍ୟକ ।

ABOUT THE AUTHOR

...view details