ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଦିଗ୍ଗଜୟ କମ୍ପାନୀ ଗୁଗଲ ଭାରତରେ ଶତାଧିକ ବ୍ୟକ୍ତିଗତ ଋଣ ଆପର ସମୀକ୍ଷା କରିଛି । ଆଉ ଏଥିରୁ ଅନେକକୁ ଏହାର ପ୍ଲେ ଷ୍ଟୋରରୁ ହଟାଇଦେଇଛି । ଉପଭୋକ୍ତା ଏବଂ ସରକାରୀ ଏଜେନ୍ସିଗୁଡିକ କମ୍ପାନୀରୁ ଏହି ଆପକୁ ନେଇ ଚିନ୍ତା ପ୍ରକଟ କରିଥିଲେ ।
ଗୁରୁବାର ଗୁଗଲ କହିଛି କି, ଯେଉଁ ଆପ ଉପଭୋକ୍ତା ସୁରକ୍ଷା ନୀତିର ଉଲଙ୍ଘନ କରୁଛନ୍ତି, ସେସବୁକୁ ତତ୍କାଳ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି । ଗୁଗଲ ଅବଶିଷ୍ଟ ଆପର ଡେଭଲପର୍ସଙ୍କୁ କହିଛି କି ସେମାନେ ଦର୍ଶାନ୍ତୁ କି କୌଣସି ଭାବେ ସ୍ଥାନୀୟ ଆଇନ ଓ ନିୟମର ଅନୁପାଳନ କରୁଛନ୍ତି । ଆଉ ଯଦି ସେମାନେ ଏସବୁ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ଆପକୁ ମଧ୍ୟ ପ୍ଲ ଷ୍ଟୋରରୁ ହଟାଇଦିଆଯିବ ।