ଓଡିଶା

odisha

ETV Bharat / business

ଗୁଗୁଲ ମ୍ୟାପରେ ମିଳିବ ବିଜନେସ ମେସେଜ

ଗୁଗୁଲ ଏହି ନୂଆ ଫିଚର ଜରିଆରେ ବ୍ୟବସାୟ ସମ୍ବନ୍ଧୀୟ ମେସେଜ ଓ ସର୍ଚ୍ଚ ଦ୍ବାରା ବ୍ୟାବସାୟିକ ଅନୁଷ୍ଠାନ ସହଜରେ ଖୋଜିପାରିବେ ୟୁଜର୍ସ । ଅଧିକ ପଢନ୍ତୁ..

By

Published : Jun 26, 2020, 8:07 PM IST

ଗୁଗୁଲ ମ୍ୟାପରେ ମିଳିବ ବିଜନେସ ମେସେଜ
ଗୁଗୁଲ ମ୍ୟାପରେ ମିଳିବ ବିଜନେସ ମେସେଜ

ସାନ ଫ୍ରାନ୍ସିସ୍କୋ: ଗୁଗୁଲ ମ୍ୟାପ ଜରିଆରେ ଏଣିକି ମିଳିପାରିବ ବ୍ୟବସାୟ ସମ୍ବନ୍ଧୀୟ ତଥ୍ୟ । ଗୁଗୁଲ ଏହି ନୂଆ ଫିଚର ଦ୍ବାରା ବ୍ୟବସାୟ ସମ୍ବନ୍ଧୀୟ ମେସେଜ ଓ ସର୍ଚ୍ଚ ଦ୍ବାରା ବ୍ୟାବସାୟିକ ଅନୁଷ୍ଠାନ ସହଜରେ ଖୋଜିପାରିବେ ୟୁଜର୍ସ ।

ବର୍ତ୍ତମାନ ଗୁଗୁଲ ମେସେଜ ଜରିଆରେ କମ୍ପାନୀମାନେ ନିଜ ଗ୍ରାହକଙ୍କ ସହିତ ସହଜ ଉପାୟରେ ଯୋଗାଯୋଗ କରିପାରୁଛନ୍ତି । ତେଣୁ ଏହି ନୂଆ ଫିଚର ଦ୍ବାରା ଲୋକେ ଘରେ ବସି କେବଳ ସର୍ଚ୍ଚ ଦ୍ବାରା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଯୋଡି ହୋଇପାରିବେ ମୋବାଇଲ ୱେବସାଇଟରେ ମଧ୍ୟ ବିଜନେସ ମେସେଜ ଉପଲବ୍ଧ ହେବ ।

ଆଣ୍ଡ୍ରଏଡ ୟୁଜର୍ସମାନେ ମେସେଜରେ ଏହି ବ୍ୟବସାୟିକ ଅନୁଷ୍ଠାନ ସହ ଯୋଗାଯୋଗ କରିପାରିବେ ଓ ଆଇଓଏସ ୟୁଜର୍ସ ଗୁଗୁଲ ମ୍ୟାପ ଜରିଆରେ ମଧ୍ୟ ଏଭଳି କନେକ୍ଟ ହୋଇପାରିବେ ।

ଭାରତରେ MyGov ସମେତ ଅନେକ ସଙ୍ଗଠନ ଅନେକ ସଂସ୍ଥା, ଗ୍ରାହକଙ୍କ ସେବାକୁ ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ବ୍ୟବସାୟ ବାର୍ତ୍ତା ଅଭିଜ୍ଞତାକୁ ଅଭିଜ୍ଞତାକୁ ଅପଡେଟ ପାଇଁ ପ୍ରଥମେ ଚେଷ୍ଟା କରିଥିଲେ, ବିଶେଷ କରି COVID-19 ସମୟରେ ।

ଚଳିତ ମାସ ଏହି ଟେକ giant ଭାରତରେ ୟୁଜର୍ସଙ୍କ ପାଇଁ ଗୁଗୁଲ ସର୍ଚ୍ଚ, ଆସିଷ୍ଟାଣ୍ଟ, ମ୍ୟାପରେ ରେ ଏକ ନୂଆ ଫିଚର ଲଞ୍ଚ କରିଥିଲା । ଯାହାକି ସେମାନଙ୍କୁ ନିକଟସ୍ଥ କୋଭିଡ-19 ଟେଷ୍ଟିଂ କେନ୍ଦ୍ରକୁ ଖୋଜିବାରେ ସୂଚନା ଦେବ ।

ଏହି ସର୍ଚ୍ଚ ଇଞ୍ଜିନ , ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ଏବଂ MyGov ସହ ସହଭାଗୀତା କରି ଅନୁମୋଦନ ପ୍ରାପ୍ତ ପରୀକ୍ଷଣ ଲ୍ୟାବଗୁଡିକ ବିଷୟରେ ସୁଚନା ପ୍ରଦାନ କରୁଛି ।

ABOUT THE AUTHOR

...view details