ଓଡିଶା

odisha

ETV Bharat / business

ସୁନା ଦାମ ହ୍ରାସ, ରୂପା ମହଙ୍ଗା - Gold tanks Rs 239

ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ ହ୍ରାସ ପ୍ରଭାବରେ ଘରୋଇ ବଜାରରେ କମିଛି ସୁନା ଦାମ । ହେଲେ ରୂପା ଦାମ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

ସୁନା ଦାମ ହ୍ରାସ, ରୂପା ମହଙ୍ଗା
ସୁନା ଦାମ ହ୍ରାସ, ରୂପା ମହଙ୍ଗା

By

Published : Feb 19, 2021, 6:27 PM IST

ନୂଆଦିଲ୍ଲୀ: ବୈଶ୍ବିକ ବଜାରରେ ବହୁମୂଲ୍ୟ ଧାତୁ ଦାମ ହ୍ରାସ ପ୍ରଭାବରେ ଘରୋଇ ବଜାରରେ କମିଛି ସୁନା ଦାମ । ହେଲେ ରୂପା ଦାମ ବୃଦ୍ଧି ହୋଇଛି । ଶୁକ୍ରବାର ସୁନା ଦାମ 10 ଗ୍ରାମ ପ୍ରତି 239 ଟଙ୍କା କମିଥିବା ସୂଚନା ଦେଇଛି ଏଚଡିଏଫସି ସିକ୍ୟୁରିଟିଜ ।

ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦାମ 10 ଗ୍ରାମ ପ୍ରତି 239 ଟଙ୍କା ହ୍ରାସ ହୋଇ 45,568 ଟଙ୍କା ରହିଛି । ଯାହାକି ପୂର୍ବ କାରବାରର 10 ଗ୍ରାମ ପ୍ରତି 45,807 ଟଙ୍କାରେ ବନ୍ଦ ହୋଇଥିଲା ।

ଅନ୍ୟପଟେ ରୂପା ଦାମ ଆଜି କିଲୋ ପିଛା 723 ଟଙ୍କା ବଢି 67,370 ଟଙ୍କା ରହିଛି । ଯେତେବେଳେ କି ପୂର୍ବ କାରବାର ଦିବସରେ ଏହା 68,093 ଟଙ୍କା ଥିଲା । ବୈଶ୍ବିକ ବଜାରରେ ଆଜି ସୁନା ଦାମ ହ୍ରାସ ହୋଇ ଆଉନ୍ସ ପ୍ରତି 1,774 ଡଲାର ରହିଛି । ସେହିଭଳି ରୂପା ଆଉନ୍ସ ପିଛା 26.94 ଡଲାରରେ ଅପରିବର୍ତ୍ତିତ ଅଛି ।

ABOUT THE AUTHOR

...view details