ଓଡିଶା

odisha

ETV Bharat / business

ଗହଣା ପ୍ରେମୀଙ୍କୁ ଶକ୍ତ ଝଟକା, 33 ହଜାର ଟପିଲା ସୁନା

ବଢିଲା ସୁନା ଓ ରୂପା ଦାମ । 10 ଗ୍ରାମ ପିଛା ସୁନା ଦର 33 ହଜାର ଟପିଥିବାବେଳେ ରୂପା 2 ଦିନରେ 230 ଟଙ୍କା ବଢି 38,750ରେ ପହଞ୍ଚିଲାଣି ।

ପ୍ରତିକାତ୍ମକ ଫଟୋ

By

Published : Apr 27, 2019, 2:01 PM IST

Updated : May 14, 2019, 4:44 PM IST

ନୂଆଦିଲ୍ଲୀ: ପ୍ରସ୍ତୁତ ରୁହନ୍ତୁ ଗହଣା ପ୍ରେମୀ । ସୁନା ଓ ରୂପା କିଣିବାକୁ ଇଚ୍ଛା ରଖିଥିଲେ ଗରମ ରଖନ୍ତୁ ପକେଟ । 33 ହଜାର ଟପିଲାଣି 10 ଗ୍ରାମ ପିଛା ସୁନା ଦର । ସେହିପରି ରୂପା ମଧ୍ୟ 2 ଦିନରେ 230 ଟଙ୍କା ବଢି 38,750ରେ ପହଞ୍ଚିଲାଣି ।

ଚାରିଆଡେ ବିବାହ ଓ ବ୍ରତର ମାହୋଲ । ପରମ୍ପରା ହେଉ ଅବା ନିଜକୁ ସଜେଇବାକୁ ହେଉ ଚାଲିଛି ସୁନା ଓ ରୂପା କିଣା । ଏପରି ସମୟରେ ସୁନା ଦାମ ଶୁଣିଲେ ଆଖି ନାଲି ହୋଇଯାଉଛି । ଗୁରୁବାର ଦିଲ୍ଲା ସରଫରା ବଜାରରେ 10 ଗ୍ରାମ ପିଛା ସୁନା 150 ଟଙ୍କା ବଢି 33,020 ଟଙ୍କା ରହିଛି । ସେହିପରି ବୁଧବାର ମଧ୍ୟ ଏହା 150 ଟଙ୍କା ବଢିଥିଲା । ଅର୍ଥାତ 2 ଦିନରେ ସୁନା ଦାମ ଅଧିକା 300 ଟଙ୍କା ମହଙ୍ଗା ହୋଇଛି । ଏପେଟ ଉଦ୍ୟୋଗିକ ଇଣ୍ଡଷ୍ଟ୍ରିର ଚାହିଦା ବଢିଥିବାରୁ ରୂପା କିଲୋ ପିଛା 230 ଟଙ୍କା ବଢି 38,750 ଟଙ୍କାକୁ ଛୁଇଁଛି ।

ଶୁକ୍ରବାର ଦିଲ୍ଲୀ ସୁନା ମାର୍କେଟରେ 99.9 ପ୍ରତିଶତ ଓ 99.5 ପ୍ରତିଶତ ସୁଦ୍ଧା ଥିବା ସୁନା ଦର 150 ଟଙ୍କା ଲେଖାଁଏ ବଢି 10 ଗ୍ରାମକୁ ଯଥାକ୍ରମେ 33,020 ଓ 32,850 ଟଙ୍କା ହୋଇଛି । ଗିନ୍ନି ସୁନା 8 ଗ୍ରାମ ପିଛା 26,400 ରହିଛି ।

Last Updated : May 14, 2019, 4:44 PM IST

For All Latest Updates

ABOUT THE AUTHOR

...view details