ଓଡିଶା

odisha

ETV Bharat / business

13 ହଜାର ଟଙ୍କା କମିଲା ସୁନା-ଚାନ୍ଦି ଦର - silver price

ଦିଲ୍ଲୀର ସାରାଫା ବଜାରରେ 7 ଅଗଷ୍ଟ 2020ରେ ସୁନା ମୂଲ୍ୟ 10 ଗ୍ରାମ ପିଛା 57,008 ଟଙ୍କା ସ୍ତରରେ ପହଞ୍ଚି ବନ୍ଦ ହୋଇଯାଇଛି ।

କମିଲା ସୁନା-ଚାନ୍ଦି ଦର
କମିଲା ସୁନା-ଚାନ୍ଦି ଦର

By

Published : Mar 7, 2021, 8:10 PM IST

ନୂଆଦିଲ୍ଲୀ: ଭାରତରେ ସୁନାକୁ କଠିନ ସମୟର ସାଥି ବୋଲି ବିବେଚନା କରାଯାଏ । କୋରୋନା ସଙ୍କଟ ଭିତରେ ସୁନା ସହ ଜଡିତ କିଛି କଥା ଏହାକୁ ସଠିକ ଭାବେ ପ୍ରମାଣିତ କରିଛି । କୋରୋନା ଭୂତାଣୁ ପ୍ରକୋପ ସମଗ୍ର ବିଶ୍ବରେ ବ୍ୟାପି ଯାଇଥିବା ସମୟରେ ବଡ ଅର୍ଥବ୍ୟବସ୍ଥାର କଠିନ ପରିସ୍ଥିତିରେ ମଧ୍ୟ ସୁନା 2020 ମସିହାରେ ନିବେଶକମାନଙ୍କୁ ବହୁତ ପ୍ରଫିଟ ଦେଇଥିଲା ।

ଦିଲ୍ଲୀର ସାରାଫା ବଜାରରେ 7 ଅଗଷ୍ଟ 2020ରେ ସୁନା ମୂଲ୍ୟ 10 ଗ୍ରାମ ପିଛା 57,008 ଟଙ୍କା ସ୍ତରରେ ପହଞ୍ଚି ବନ୍ଦ ହୋଇଯାଇଛି। ମୂଲ୍ୟବାନ ହଳଦିଆ ଧାତୁର ମୂଲ୍ୟ 5 ଅଗଷ୍ଟ 2020 ମୂଲ୍ୟରୁ 5 ମାର୍ଚ୍ଚ 2021 ପର୍ଯ୍ୟନ୍ତ ପ୍ରତି 10 ଗ୍ରାମ ପିଛା13 ହଜାର 121 ଟଙ୍କା ହ୍ରାସ ପାଇ 43,887 ଟଙ୍କାରେ ପହଞ୍ଚିଛି ।

ଏଥିସହିତ 7 ଅଗଷ୍ଟ 2020ରେ ରୂପା କିଲୋଗ୍ରାମ ପ୍ରତି 77,840 ଟଙ୍କା ଥିଲା, ଯାହା ଗତ ଶୁକ୍ରବାରରେ 13,035 ଟଙ୍କା ହ୍ରାସ ପାଇ 64,805 ଟଙ୍କାରେ ପହଞ୍ଚିଛି। ଏହାକୁ ନେଇ ବିଶେଷଜ୍ଞଙ୍କ କହିବା କଥା, ଯେମିତି ଯେମିତି ସାରା ବିଶ୍ବରେ କୋରୋନା ଟୀକାକରଣ ଅଭିଯାନ ବଢୁଛି, ସେମିତି ଲୋକମାନେ ମଧ୍ୟ ନିବେଶର ଅନ୍ୟ ବିକଳ୍ପ ଖୋଜୁଛନ୍ତି । ଏହି କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦାମ ହ୍ରାସ ପାଇବାରେ ଲାଗିଛି ।

ବିଶ୍ବର ଅଧିକାଂଶ ସେୟାର ବଜାର ସମେତ ଭାରତୀୟ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟ ଅନେକ ଗତି ଲାଭ କରିଛି । ଏବେ ମଝିରେ ମଝିରେ ଲାଭାଂଶ ଆଦାୟ କରିବା କାରଣରୁ ବର୍ତ୍ତମାନ ବଜାରରେ ଏକ ବଡ଼ ହ୍ରାସ ଘଟିଛି । ସେୟାର ମାର୍କେଟ ଗୁଡିକ ଅଧିକ ଉପରୁ ଯିବା ଦ୍ବାରା ଲାଭାଂଶ ସହିତ ବିପଦ ମଧ୍ୟ ବଢିଯାଏ । ଆଉ ଏମିତି ପରିସ୍ଥିତିରେ ବିଶେଷଜ୍ଞଙ୍କ କହିବା କଥା ଯେ,2021 ରେ ସୁନାର ମୂଲ୍ୟ ବୃଦ୍ଧି ହେବା ନେଇ ଅଧିକ ସମ୍ଭାବନା ରହିଛି । ଅନୁମାନ କରାଯାଉଛି ଯେ, ଯଦି ସୁନା ଦର ବୃଦ୍ଧି ଆରମ୍ଭ ହୁଏ, ତେବେ ଏହା 63,000 ଟଙ୍କା ସ୍ତରକୁ ଅତିକ୍ରମ କରିବ।

ABOUT THE AUTHOR

...view details