ଓଡିଶା

odisha

By

Published : Jun 15, 2021, 10:48 PM IST

ETV Bharat / business

ସୁନା କିଣୁଛନ୍ତି କି ? ଜାଣି ରଖନ୍ତୁ ଏହି ଖବର ...

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ ଖବର । ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କ ନେଇ ଆଜିଠୁ ନିୟମ କଡାକଡି । ଅଧିକ ପଢନ୍ତୁ..

ସୁନା କିଣୁଛନ୍ତି କି  ?  ଜାଣିରଖନ୍ତୁ ଏହି ଖବର ...
ସୁନା କିଣୁଛନ୍ତି କି ? ଜାଣିରଖନ୍ତୁ ଏହି ଖବର ...

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି , ତେବେ ଖବରଟି ଖାସ ଆପଣଙ୍କ ପାଇଁ । ମଙ୍ଗଳବାର ଅର୍ଥାତ ଜୁନ 15 ରୁ ସୁନା ଉପରେ ହଲମାର୍କିଂ ହୋଇଛି ବାଧ୍ୟତାମୂଳକ । ଗହଣାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଣିକି ଆପଣ ସୁନା କ୍ରୟ କରିବାକୁ ଗଲାବେଳେ ତା ପୂର୍ବରୁ, ଏହା ସହ ଜଡିତ ନିୟମ ଜାଣିରଖନ୍ତୁ ।

କେନ୍ଦ୍ର ସରକାର ସୁନା ଗହଣା ଉପରେ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ବାଧ୍ୟତାମୂଳକ କରିଦେଇଛି । ଜୁନ 15 ରୁ ସୁନା ଜୁଏଲର୍ସ କେବଳ ବିଆଇଏସ ପ୍ରମାଣିତ ଗହଣା ବିକ୍ରି କରିବେ । ଏହା ବାଧ୍ୟତାମୂଳକ ।

ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ସୁନା ଗହଣା ଓ କଳାକୃତିରେ ହଲମାର୍କ ରହିବା ବାଧ୍ୟତାମୂଳ କରାଯିବ । ଫଳରେ ଗ୍ରାହକ ଠକାମିର ଶୀକାର ହେବେ ନାହିଁ । ଏଥିପାଇଁ 2021 ଜାନୁଆରୀ 15 ଯାଏଁ ଡେଡଲାଇନ ଧାର୍ଯ୍ୟ ହୋଇଥିଲା । ଏହି ଅବଧିରେ ଯେପରି ସୁନା ଗହଣାର ଷ୍ଟକ ଦୋକାନୀମାନେ ବିକ୍ରି କରିପାରେବ । ତେବେ କୋଭିଡ କାରଣରୁ ଏହାକୁ ଲାଗୁ ଅବଧି ଗଡିଚାଲିଥିଲା । ତେବେ ଯୋଜନାର ଦେଢ ବର୍ଷ ପରେ ଏହାକୁ ଆଜି ଲାଗୁ କରାଯାଇଛି ।

ପ୍ରକାଶ ଯେ, ଏବେ ଯାଏଁ ଦେଶରେ ସୁନା ଗହଣା ଉପରେ ହଲମାର୍କିଂ ଇଚ୍ଛାଧୀନ ରହିଥିଲା । ଏଥିପାଇଁ କମ ଗୁଣବତ୍ତାର ସୁନା ଦେଇ ଦୋକାନୀ ଲୋକଙ୍କୁ ଅତି ସହଜରେ ଠକୁଛନ୍ତି । ଏଥିପାଇଁ ସରକାର ହଲମାର୍କିଂ କେନ୍ଦ୍ରରେ ସୁନାକୁ ପରଖି ହଲମାର୍କିଂ ଉପଲବ୍ଧ କରିବେ ।

ସୁନାର ଶୁଦ୍ଧତା ଜାଣିବା ପାଇଁ ହଲମାର୍କର ବ୍ୟବହାର କରାଯାଇଥାଏ । ହଲମାର୍କ ମହଙ୍ଗା ଧାତୁ ଶୁଦ୍ଧତାର ସାର୍ଟିଫିକେଟ ହୋଇଥାଏ । ତେବେ ବର୍ତ୍ତମାନ ଏହା ବାଧ୍ୟତାମୂଳକ ହୋଇଛି । ଯଦି କୌଣସି ବ୍ୟବସାୟୀ ସରକାରଙ୍କ ଦ୍ବାରା ଜାରି ନିୟମର ପାଳନ କରିବ ନାହିଁ , ତେବେ ତା ଉପରେ ବିଆଇଏସ ଆକ୍ଟ 2016 ସେକ୍ସନ 29 ଅଧିନରେ 1ବର୍ଷ ଯାଏଁ ଜେଲ ବା 1 ଲକ୍ଷ ଟଙ୍କାର ଜୋରିମାନା ଲାଗିପାରେ ।

ଜାଣିରଖନ୍ତୁ କି 14, 18 , 22 କ୍ୟାକେଟ ଶୁଦ୍ଧତା ଥିବା ସୁନାର ହଲମାର୍କିଂ ହେବ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଘରେ ରହିଥିବା ସୁନାର କଣ ହେବ ? ତା ଉପରେ ହଲମାର୍କିଂ ବାଧ୍ୟତାମୂଳକ କି ? ଏନେଇ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣଙ୍କ ଘରେ ଥିବା ସୁନା ଉପରେ ହଲମାର୍କିଂ ଲାଗୁ ଆବଶ୍ୟକ ନୁହେଁ , ଏହା କେବଳ ସୁନା ବିକ୍ରି କରୁଥିବା ଜୁଏଲର୍ସଙ୍କ ପାଇଁ ବାଧ୍ୟତାମୂଳକ । ଗ୍ରାହକ ସେମାନଙ୍କ ଗହଣା ବିନା ହଲମାର୍କରେ ବି ବିକ୍ରି କରିପାରିବେ ।

ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ସୁନା ଶୁଦ୍ଧତାର ପ୍ରମାଣ ସହଜରେ ଦିଆଯାଇପାରିବ । ଏହାର ପ୍ରମାଣ ରହିବା ଦ୍ବାରା ହ୍ୟାଣ୍ଡକ୍ରାଫ୍ଟ ସୁନା ବଜାରକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ଏହା ସହିତ ଅଳଙ୍କାର ଶିଳ୍ପ ମଧ୍ୟ ବିସ୍ତାର ହେବ । ବର୍ତ୍ତମାନ ଦେଶର 234 ଟି ଜିଲ୍ଲାରେ 892 ଟି ହଲମାର୍କିଂ କେନ୍ଦ୍ର କାର୍ଯ୍ୟ କରୁଛି । ଯାହା 28,849 ବିଏସ୍ ପଞ୍ଜୀକୃତ ଜୁଏଲର୍ ପାଇଁ ହଲମାର୍କିଂ କରୁଛି । ତେବେ ବର୍ତ୍ତମାନ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details