ଓଡିଶା

odisha

ETV Bharat / business

6 ବର୍ଷରେ ସର୍ବାଧିକ, ସାଢେ 34 ହଜାର ଛୁଇଁଲା ସୁନା

ଚାହିଦା ବୃଦ୍ଧି ଯୋଗୁଁ ବଢିଲା ସୁନା ଦାମ । 10 ଗ୍ରାମ ସୁନା ଏବେ 34,500 ଛୁଇଁଥିବା ବେଳେ ରୂପା କିଲୋ 39 ହଜାର ଟପିଛି । ଯାହାକୁ 6 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

By

Published : Jun 21, 2019, 3:25 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆକାଶ ଛୁଆଁ ଗହଣା ଦର । 10 ଗ୍ରାମପିଛା ସୁନା ଦାମ 354ଟଙ୍କା ବଢି 34,468 ଟପିଛି । ସେହିପରି 1 କିଲୋ ପିଛା ରୂପା ଦର 710 ଟଙ୍କା ବଢି 39,000 ପାର କରିଛି । ଅନ୍ତର୍ଜାତୀୟ ବଜାରରେ ଚାହିଦା ବୃଦ୍ଧି ଓ ଘରୋଇ ଗହଣା ବଜାରରେ କ୍ରୟ ବଢିବା ଯୋଗୁଁ ଗହଣା ମହଙ୍ଗା ହୋଇଛି । ଯାହାକି 6 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।


ମୁଦ୍ରାନିର୍ମାତା ଓ ଶିଳ୍ପାଞ୍ଚଳ ଚାହିଦା ବଢିବା ଯୋଗୁଁ ରୁପା ମଧ୍ୟ ଅଧିକ ପରିମାଣରେ ବଢିଛି । ବ୍ୟବୟାୟୀଙ୍କ ଅନୁଯାୟୀ, ଚାହିଦା ବୃଦ୍ଧି ପାଉଥିବା ଯୋଗୁଁ ସ୍ବାଭାବିକ ଭାବେ ଦର ବଢୁଛି । ରେପୋ ରେଟ ଦର କମିବା ପରେ ବ୍ୟାଙ୍କ ସୁଧହାର ହ୍ରାସ ନେଇ ସଙ୍କେତ ଦେଇସାରିଛି । ଫଳରେ ସୁନାର ସୁରକ୍ଷିତ ନିବେଶ ଆଶା କରି ଗ୍ରାହକ ସୁନା କ୍ରୟ ବଢାଉଛନ୍ତି ।

ନ୍ୟୁୟର୍କ ବଜାରରେ ଏବେ ସୁନା ଦାମ ଆଉନ୍ସ ପିଛା 1,385.54 ଡଲାର ବଢିଛି । ଏପଟେ ରୂପା ମଧ୍ୟ ଆଉନ୍ସ ପିଛା 15,35 ଡଲାର ରହିଛି । ଆଉ ଏହାର ପ୍ରଭାବ ଭାରତ ବଜାରରେ ମଧ୍ୟ ପଡିଛି । ଦିଲ୍ଲୀ ସରଫରା ବଜାରରେ 99.9 ପ୍ରତିଶତ ଓ 99.5 ପ୍ରତିଶତ ସୁନା 10 ଗ୍ରାମ ପିଛା ଯଥାକ୍ରମେ 34,020 ଓ 33,850ରେ ପହଞ୍ଚିଛି । ତେବେ 8 ଗ୍ରାମ ବିଶିଷ୍ଟ ସୁନା ମୁଲ୍ୟ 26,800 ଟଙ୍କାରେ ଅଟକି ରହିଛି ।

2013 ଅଗଷ୍ଟରେ ସର୍ବାଧିକ ସୁନା ଦାମ 35,074 ଟଙ୍କା ଛୁଇଁଥିଲା । ଏହା ପରେ ସେପ୍ଟେମ୍ବରରେ ଏହା ହ୍ରାସ ପାଇଁ 34 ହଜାର ପାଖାପାଖି ପାର କରିଥିଲା । କିନ୍ତୁ ଏବେ ଏହା ସବୁ ରେକର୍ଡ ଭାଙ୍ଗି ସାଢେ 34 ହଜାରରେ ପହଞ୍ଚିଲାଣି। ଆଗକୁ ରଥଯାତ୍ରା। ବିବାହ, ବ୍ରତର ଯୋଗ ଅଧିକ ରହିଥିବା ବେଳେ ଆକସ୍ମିକ ଦାମ ବଢିବା ଗହଣା ପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି ।

For All Latest Updates

ABOUT THE AUTHOR

...view details