ପାନାଜୀ: ଗୋଆରେ ନଭେମ୍ବର ପହିଲାରୁ ଖୋଲିବ କସିନୋ । 50 ପ୍ରତିଶତ କ୍ଷମତା ସହ କସିନୋ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
କୋରୋନା ମହାମାରୀ ଯୋଗୁଁ ଏ ବର୍ଷ ମାର୍ଚ୍ଚରୁ କସିନୋ ସଞ୍ଚାଳନରେ ପ୍ରତିବନ୍ଧକ ଲଗାଯାଇଥିଲା । ସାୱନ୍ତ ବୁଧବାର ଏକ ପୋଷ୍ଟ କ୍ୟାବିନେଟ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ‘‘ କସିନୋ ନଭେମ୍ବର 1ରୁ ଆରମ୍ଭ ହେବ । ଏ ନେଇ ଆମେ ଅନୁମତି ଦେଇଛୁ । ’’