ଓଡିଶା

odisha

ETV Bharat / business

ବଢୁଛି ବେକାରୀ ସଂଖ୍ୟା, ଏବର୍ଷ ଆହୁରି 25 ଲକ୍ଷ ! - ବିଶ୍ବରେ ବେକାରୀ

ଏବର୍ଷ ବେକାରୀ ହାର ଆହୁରି 25 ଲକ୍ଷ ବଢିବ । ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ(ILO)ର ଏକ ରିପୋର୍ଟରେ ଏନେଇ ଅନୁମାନ କରାଯାଇଛି ।

Global unemployment projected to rise by around 2.5 million in 2020
ବଢୁଛି ବେକାରୀ ସଂଖ୍ୟା, ଏ ବର୍ଷ ଆହୁରୀ25 ଲକ୍ଷ

By

Published : Jan 21, 2020, 7:16 PM IST

Updated : Jan 21, 2020, 7:39 PM IST

ନୂଆଦିଲ୍ଲୀ: ଏବର୍ଷ ବେକାରୀ ହାର ଆହୁରି 25 ଲକ୍ଷ ବଢିବ । ଅନ୍ତରାଷ୍ଟ୍ରୀୟ ଶ୍ରମ ସଙ୍ଗଠନ(ILO)ର ଏକ ରିପୋର୍ଟରେ ଏନେଇ ଅନୁମାନ କରାଯାଇଛି ।

ସୋମବାର ଜାରି ହୋଇଥିବା ୱାଲ୍ଡ ଏମ୍ପ୍ଲୟମେଣ୍ଟ ସୋସିଆଲ ଆଉଟଲୁକ (WESO) ଟେଡର୍ସ 2020 ରିପୋର୍ଟ ଅନୁସାରେ ସମଗ୍ର ଦୁନିଆରେ ପାଖାପାଖୀ ଅଧା ଅରବ ଲୋକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ପ୍ରାପ୍ୟ ମିଳୁନାହିଁ ।

ରୋଜଗାର ଓ ସାମାଜିକ କ୍ଷେତ୍ରରେ ଆଇଏଲଓର ରିପୋର୍ଟରେ ଦର୍ଶାଯାଇଛି ଯେ, ବେକାରୀ ବୃଦ୍ଧି ଓ ଅସମନତା ଜାରି ସହ କାମର ଅଭାବ କାରଣରୁ ଲୋକଙ୍କ ଭଲରେ ବଞ୍ଚିବା କଷ୍ଟକର ହୋଇପଡିଛି ।

ସମଗ୍ର ବିଶ୍ବରେ ବେକାରୀ ହାର ଦେଖିବାକୁ ଗଲେ, 18.8 ଲୋକଙ୍କ ମଧ୍ୟରୁ 16.5 କୋଟି ଲୋକଙ୍କ ପାଖରେ ଅପର୍ଯ୍ୟାପ୍ତ କାମ ରହିଛି(ଯେଉଁଥିରେ ଦରମା ମିଳୁଛି) । ଆଉ 12 କୋଟି ଲୋକ କାମ ଖୋଜିବା ଛାଡିଦେଇଛନ୍ତି ବା ଶ୍ରମ ବଜାର ପର୍ଯ୍ୟନ୍ତ ସେମାନେ ପହଞ୍ଚି ପାରୁନାହାନ୍ତି ।

ILOର ମହାନିର୍ଦ୍ଦେଶକ ଗାଏ ରାୟଡର ଏହା ସଂଯୁକ୍ତ ରାଷ୍ଟ୍ର ସମାଚାର ସମ୍ମିଳନୀରେ କହିଛନ୍ତି ଯେ, ସମଗ୍ର ଦୁନିଆରେ ସର୍ବାଧିକ ଲୋକଙ୍କ ଜୀବନଶୈଳୀ ଏଭେ ବି ଶ୍ରମ ବଜାର ଓ ଶ୍ରମ ଗତିବିଧି ସହ ଜଡିତ । କିନ୍ତୁ ସମଗ୍ର ଦୁନିଆରେ ଯେତେବ ବି ବେତନଭୋଗୀ କାମ, ପ୍ରକାର ଓ କାମର ସମାନତା ଓ ତାର ପାରିଶ୍ରମିକକୁ ଦେଖିବାକୁ ଗଲେ ଶ୍ରମ ବଜାରର ଆଉଟଲୁକ ବହୁତ ଅସାମଞ୍ଜସ ରହିଛି ।

Last Updated : Jan 21, 2020, 7:39 PM IST

ABOUT THE AUTHOR

...view details