ଓଡିଶା

odisha

By

Published : Nov 9, 2019, 9:46 PM IST

ETV Bharat / business

ବିପଦରେ ବିଶ୍ବ ଅର୍ଥନୀତି!

ରେକର୍ଡ ଭାଙ୍ଗୁଛି ବିଶ୍ବର ଋଣ ପରିମାଣ । ଉତ୍ପାଦନର ଦ୍ବିଗୁଣା ହେବ ଋଣ । ଏପରି ଯଦି ଅର୍ଥବ୍ୟବସ୍ଥାର ଗତି ଧୀମା ପଡୁଛି, ତେବେ ସରକାର ଓ ବ୍ୟକ୍ତିବିଶେଷ ବିପଦରେ ପଡିଯିବ ବୋଲି ଚେତାବନୀ ଦେଇଛନ୍ତି ଆଇଏମଏଫ ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବା ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଋଣ ବୋଝରେ ବୁଡୁଛି ବିଶ୍ବ । ଯାହାକି ଆକଳନ ବାହାରେ। ଆଇଏମଏଫର ରିପୋର୍ଟ ଅନୁଯାୟୀ, ବିଶ୍ବ ଉପରେ 188 ଟ୍ରିଲିୟନ ଡଲାର (ଟଙ୍କାରେ ଏହାର କଳ୍ପନା କରିବା ବେକାର) ଋଣ ବୋଝ ଲଦିହୋଇଛି । ଏ ନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବା ଚିନ୍ତା ପ୍ରକଟ କିରିଛନ୍ତି ।

ସମଗ୍ର ବିଶ୍ବର ମୋଟ ଉତ୍ପାଦନର ଦ୍ବିଗୁଣା ହେବ ଋଣ । ଏହି ଧାରରେ ଯଦି ଅର୍ଥବ୍ୟବସ୍ଥାର ଗତି ଧୀମା ପଡେ, ତେବେ ସରକାର ଓ ବ୍ୟକ୍ତିବିଶେଷ ବିପଦରେ ପଡିଯିବ ବୋଲି ଚେତାବନୀ ଦେଇଛନ୍ତି ଜର୍ଜିୟେବା । ଜୁନରେ ପ୍ରକାଶିତ ରିଜର୍ଭ ବ୍ୟାଙ୍କର ରିପୋର୍ଟ ମୁତାବକ, ଭାରତର ମୋଟ ବାହ୍ୟ ଋଣ 2019 ମାର୍ଚ୍ଚ ସୁଦ୍ଧା 543 ଅରବ ଡଲାର ଥିଲା । ଯାହାକି 2018 ମାର୍ଚ୍ଚ ଅପକ୍ଷୋରେ ପ୍ରାୟ 13.7 ଅରବ ଡଲାର ବୃଦ୍ଧି ପାଇଛି । ମୋଟ ଘରୋଇ ଉତ୍ପାଦ(ଜିଡିପି) ତୁଳନାରେ ଏହି ରାଶି 19.7 ପ୍ରତିଶତ ଥିଲା ।

ସେପଟେ ଯଦି ପଡୋଶୀ ରାଷ୍ଟ୍ର ଚୀନ ସ୍ଥିତି ଦେଖାଯାଏ ତେବେ ସେ ମୋଟ 5 ଟ୍ରିଲିୟନ ଡଲାର ଋଣ ଭିତରେ ରହିଛି । ଯେତେବେଳେ କି ପାକିସ୍ତାନ ଉପରେ କେବଳ ବିଦେଶୀ ଋଣ ହିଁ 105 ଅରବ ଡଲାର(ଚୀନ କର ସାମିଲ ନାହିଁ) ରହିଛି । ଆମେରିକା ଓ ଚୀନ ଭଳି ରାଷ୍ଟ୍ର ସେମାନଙ୍କ ଋଣ ସୁଝିବାରେ ସକ୍ଷମ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

ଅନ୍ୟପଟେ ପାକିସ୍ତାନ ଓ ଭାରତ ଭଳି ରାଷ୍ଟ୍ର ପାଇଁ ଏହା କଷ୍ଟସାଧ୍ୟ । କାରଣ ପାକିସ୍ତାନ ବେକାରୀ ଓ ମହଙ୍ଗା ନିଆଁ ଭିତରେ ଗତିକରୁଥିବା ବେଳେ ଭାରତର ଜିଡିପି ଦିନକୁ ଦିନ ଖସିବାରେ ଲାଗିଛି । 5 ବର୍ଷରେ ଭାରତର ବିକାଶ ହାର ସର୍ବନିମ୍ନ ରହିଛି । ତଥାପି ଭାରତର ଜିଡିପି ପଡୋଶୀ ପାକିସ୍ତାନ ତୁଳନାରେ ବହୁତ ଅଧିକ ରହିଛି । ଭାରତର ଅର୍ଥବ୍ୟବସ୍ଥା 2600 ବିଲିୟନ ଡଲାରର, ଯାହା ପାକ୍‌ଠୁ 9 ଗୁଣା ଅଧିକା ।

ABOUT THE AUTHOR

...view details