ନୂଆଦିଲ୍ଲୀ: ଆଡଜଷ୍ଟେଡ ଗ୍ରସ ରେଭିନ୍ୟୁ (ଏଜିଆର) ବକେୟା ମାମଲାରେ ଟେଲିକମ କମ୍ପାନୀଙ୍କୁ ମିଳିଛି ବଡ ରିଲିଫ । ସୁପ୍ରିମକୋର୍ଟ କମ୍ପାନୀଙ୍କୁ ଏଜିଆର ବକେୟା ପରିଶୋଧ ପାଇଁ 10 ବର୍ଷ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିଶେଷ କରି ଭୋଡାଫୋନ ଆଇଡିଆ , ଏୟାରଟେଲକୁ ଉପଶମ ଦେଇଛି ।
ଟେଲିକମ କମ୍ପାନୀଙ୍କୁ ରିଲିଫ, ଏଜିଆର ପରିଶୋଧ ପାଇଁ ମିଳିଲା 10 ବର୍ଷ ସମୟ - NCLT to decide on spectrum sale
ଏଜିଆର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ଟେଲିକମ କମ୍ପାନୀଙ୍କୁ ଏଜିଆର ବକେୟା ଟଙ୍କା ପରିଶୋଧ ପାଇଁ ଦିଆଗଲା 10 ବର୍ଷ ସମୟ । ଅଧିକ ପଢନ୍ତୁ..
ଭୋଡାଫୋନ ଆଇଡିଆ ଓ ଭାରତୀ ଏୟାରଟେଲ ଏଜିଆର ବକେୟା ପରିଶୋଧ ପାଇଁ 15 ବର୍ଷର ସମୟ ମାଗିଥିଲେ । ଏବେ ସୁଦ୍ଧା 15 ଟେଲିକମ କମ୍ପାନୀ କେବଳ 30,254 କୋଟି ଟଙ୍କା ପରିଶୋଧ କରିଛନ୍ତି । ଯେତେବେଳେ କି ମୋଟ ବକେୟା 1.69 ଲକ୍ଷ କୋଟି ଟଙ୍କାର ରହିଛି ।
ପ୍ରକାଶ ଯେ, ଜଷ୍ଟିଶ ମିଶ୍ରା ସେପ୍ଚେମ୍ବର 2 ଅର୍ଥାତ ବୁଧବାର ଅବସର ନେବେ । ସୁପ୍ରିମକୋର୍ଟ କହିଥିଲେ କି ଏହି ନିଷ୍ପତ୍ତି 3 ଆଧାରେ ହେବ । ପ୍ରଥମ ଟେଲିକମ କମ୍ପାନୀକୁ ବକେୟା ପରିଶୋଧ ପାଇଁ କିଛି କିଛି କରି ଏଜିଆର ବକେୟା ପରିଶୋଧ ପାଇଁ ସମୟ ଦିଆଯାଉ । ଦ୍ବିତୀୟ , ଯେଉଁ କମ୍ପାନୀ ଦେବାଳିଆ ପ୍ରକ୍ରିୟାର ସାମ୍ନା କରୁଛି , ସେମାନଙ୍କ ବକେୟା କିଭି ଆଦାୟ କରାଯିବ ଓ ତୃତୀୟ , କଣ ଏଭଳି କମ୍ପାନୀ ଦ୍ବାରା ଏହାର ସ୍ପେକ୍ଟ୍ରମ ବିକ୍ରି କରିବା ବୈଧ କି ।