ଓଡିଶା

odisha

ETV Bharat / business

ଆଶ୍ବସ୍ତି ! ତୃତୀୟ ତ୍ରୟମାସରେ 0.4 % ବଢିଲା ଭାରତ ଜିଡିପି - gdp growth

ଆଶ୍ବସ୍ତି ! ତୃତୀୟ ତ୍ରୟମାସରେ  0.4 %  ବଢିଲା ଭାରତ ଜିଡିପି
ଆଶ୍ବସ୍ତି ! ତୃତୀୟ ତ୍ରୟମାସରେ 0.4 % ବଢିଲା ଭାରତ ଜିଡିପି

By

Published : Feb 26, 2021, 6:03 PM IST

Updated : Feb 26, 2021, 6:51 PM IST

17:58 February 26

ଅର୍ଥନୀତିକୁ ଆଶ୍ବସ୍ତି, ସୁଧୁରିଛି ଅଭିବୃଦ୍ଧି ହାର । 2020-21 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର)ରେ ଦେଶର ମୋଟ ଘରୋଇ ଉତ୍ପାଦ 0.4 ପ୍ରତିଶତ ବଢିଛି । ।

ନୂଆଦିଲ୍ଲୀ:  ଦେଶର  ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିସଂଖ୍ୟାନରେ  ଅଦ୍ଭୁଦପୂର୍ବ ରେକର୍ଡ । 2020-21 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର)ରେ ଅଭିବୃଦ୍ଧି ହାର 0.4 ପ୍ରତିଶତ ବଢିଛି । ଅର୍ଥାତ ଭାରତୀୟ ଅର୍ଥବ୍ୟବସ୍ଥା ତୀବ୍ର ଗତିରେ ମାନ୍ଦାବସ୍ଥା ଭିତରୁ ମୁକୁଳିଛି । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଏ ନେଇ ରିପୋର୍ଟ ପ୍ରକାଶ କରିଛି ।  

ବିଭିନ୍ନ ରେଟିଂ ଏଜେନ୍ସି ଅନୁମାନ କରିଥିଲା କି ଡିସେମ୍ବର ତ୍ରୟମାସରେ ଜିଡିପି ନେଗେଟିଭ ରହିପାରେ । କିନ୍ତୁ  ଶୁକ୍ରବାର ପ୍ରକାଶିତ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ରଖିଛି ।  ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତର ଅଭିବୃଦ୍ଧି ହାର ମାଇନସ 7.5 ପ୍ରତିଶତ ରହିଥିଲା ।  

2020-21 ଆର୍ଥିକ ବର୍ଷର ଜିଡିପିରେ ପ୍ରାୟ 8 ପ୍ରତିଶତ ହ୍ରାସ ନେଇ ଅନୁମାନ ରଖାଯାଇଛି । ଆଉ ଏଥିଲାଗି ଡିସେମ୍ବର ତ୍ରୟମାସର ତଥ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  କୋଭିଡ କଟକଣା ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ଅର୍ଥବ୍ୟବସ୍ଥା 23.9 ପ୍ରତିଶତ ଖସିଥିଲା । ଯାହା ଫଳରେ ଅର୍ଥନୀତି ଅଭିବୃଦ୍ଧି ଦର ନେଇ ଆଶଙ୍କା ଉପୁଜିଥିଲା ।  

କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଅନୁସାରେ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ମୋଟ ଜିଡିପି 36.22 ଲକ୍ଷ କୋଟି ଟଙ୍କାର ରହିଛି । 2019-20ର ତୃତୀୟ ତ୍ରୟମାସରେ ଏହା 36.08 ଲକ୍ଷ କୋଟି ଟଙ୍କାର ଥିଲା । ସଂଶୋଧିତ ଅନୁମାନ ଅନୁସାର ଏ ବର୍ଷ ମୋଟ ଜିଡିପି 134.09 ଲକ୍ଷ କୋଟି ଟଙ୍କାର ରହିପାରେ । 2019-20ରେ ଭାରତର ଅଭିବୃଦ୍ଧି ହାର 4 ପ୍ରତିଶତକୁ ବଢିଥିଲା । 

ଏହା ପରେ ଦ୍ବିତୀୟ , ସେପ୍ଟେମ୍ବର ତ୍ରୟମାସରେ ଅର୍ଥବ୍ୟବସ୍ଥାରେ 7.5 ପ୍ରତିଶତ ଖସିଥିଲା । ତେବେ ଅର୍ଥନୀତି ସୁଧାରିବା ସହ ଜିଡିପି ପଜେଟିଭି ରହିଛି ।  ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିସେମ୍ବରରେ ଜାରି ‘ଷ୍ଟେଟ ଅଫ ଇକୋନୋମିକ’ ବୁଲେଟିନରେ ବି କୁହାଯାଇଥିଲା କି ଅର୍ଥନୀତିର ଗଭୀର ଖାଲରୁ ମୁକୁଳିବା ନେଇ ସଙ୍କେତ ମିଳିଛି ।  

Last Updated : Feb 26, 2021, 6:51 PM IST

ABOUT THE AUTHOR

...view details