ଓଡିଶା

odisha

By

Published : Dec 2, 2020, 10:03 PM IST

ETV Bharat / business

ଚତୁର୍ଥ ତ୍ରୟମାସରେ ଜିଡିପି ବଢିବ: ନୀତି ଆୟୋଗ ଉପାଧ୍ୟକ୍ଷ

ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରୀ-ମାର୍ଚ୍ଚ) ରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ବୃଦ୍ଧି ହାର ସକରାତ୍ମକ ରହିବ । ଅଧିକ ପଢନ୍ତୁ..

ଚତୁର୍ଥ ତ୍ରୟମାସରେ ଜିଡିପି ବଢିବ : ନୀତି ଆୟୋଗ ଉପାଧ୍ୟକ୍ଷ
ଚତୁର୍ଥ ତ୍ରୟମାସରେ ଜିଡିପି ବଢିବ : ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ନୀତି ଆୟୋଗ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥା ଏବେ ମହାମାରୀ ଯୋଗୁଁ ସାମ୍ନା କରୁଥିବା ମାନ୍ଦାବସ୍ଥାରୁ ମୁକୁଳୁଛି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ (ଜାନୁଆରୀ-ମାର୍ଚ୍ଚ) ରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ବୃଦ୍ଧି ହାର ସକରାତ୍ମକ ରହିବ ।

କୁମାର ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ, କେନ୍ଦ୍ରର ନୂଆ କୃଷି ସୁଧାର ଆଇନର ଲକ୍ଷ୍ୟ କୃଷକଙ୍କ ଆମଦାନୀ ବୃଦ୍ଧି କରିବା । ଏହି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନର କାରଣ ହେଉଛି କି ସେମାନଙ୍କ ନିକଟରେ ସେମାନଙ୍କ ନିକଟରେ ସଠିକ ସୂଚନା ପହଞ୍ଚିପାରୁ ନାହିଁ । ଏହି ଜିନିଷଗୁଡ଼ିକୁ ଦୂର କରିବା ଆବଶ୍ୟକ ।

କୁମାର କହିଛନ୍ତି ଯେ, ଦ୍ବିତୀୟ ତ୍ରୟମାସର ଜିଡିପି ତଥ୍ୟରୁ ଜଣାପଡିଛି କି , କୋଭିଡ-19 ମହାମାରୀ ଯୋଗୁଁ ପ୍ରଭାବିତ ଅର୍ଥବ୍ୟବସ୍ଥା ସୁଧୁରୁଛି । ‘‘ ମୋର ଆଶା ଅଛି କି ଦ୍ବିତୀୟ ତ୍ରୟମାସରେ ଆମେ ଆର୍ଥିକ ଗତିବିଧିର ସେହି ସ୍ତର ହାସଲ କରିବୁ, ଯାହା 1 ବର୍ଷ ତଳେ ରହିଥିଲା ।’’

ଚତୁର୍ଥ ତ୍ରୟମାସରେ ଜିଡିପି ବୃଦ୍ଧି ଦର ଗତ ବର୍ଷର ସମାନ ଅବଧି ତୁଳନାରେ ବଢିବ । ତେବେ ଏହା ଏତେ ବି ଅଧିକ ହେବ ନାହିଁ । ସରକାର ଏହି ସମୟରେ ଉପଯୋଗ ସଂରଞ୍ଚନାତ୍ମକ ସୁଧାର ପାଇଁ କରିଛନ୍ତି । ଏବେ ଅନେକ ସୁଧାର ପାଇପଲାଇନରେ ଅଛି ।

ABOUT THE AUTHOR

...view details