ନୂଆଦିଲ୍ଲୀ: ପୁଞ୍ଜି ବଜାରରେ ପ୍ରବଳ କ୍ଷତି ଦିଗ୍ଗଜୟ ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ପଡିଛି ମହଙ୍ଗା । ଏସିଆର ସର୍ବବୃହତ୍ତ ଧନୀ ତାଲିକାର ଦ୍ବିତୀୟ ସ୍ଥାନରୁ ଖସିଛନ୍ତି ଅଦାନୀ । ଚଳିତ ସପ୍ତାହରେ ଅଦାନୀ ଗ୍ରୁପ କମ୍ପାନୀ ସେୟାର ହ୍ରାସ ସହ ସଂସ୍ଥାର ମାର୍କେଟ କ୍ୟାପ ହ୍ରାସ ହୋଇଛି । ଯାହା ଫଳରେ ଦ୍ବିତୀୟ ବଡ ଧନୀ ଟ୍ୟାଗ ହରାଇଛନ୍ତି ଅଦାନୀ ।
ଏଫପିଆଇର ମାଲିକାନାକୁ ନେଇ ଚିନ୍ତାରେ ରହିଥିବା ଅଦାନୀ 4 ଦିନରେ 12 ଅରବ ଡଲାରରୁ ଅଧିକ କ୍ଷତି ସହିଛନ୍ତି । ଫୋବର୍ସ ରିୟଲ ଟାଇମ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ ଚଳିତ ସପ୍ତାହର ଆରମ୍ଭରେ ଅଦାନୀଙ୍କୁ ମୋଟ ସମ୍ପତ୍ତି 74.9 ବିଲିୟନ ଡଲାରରୁ ହ୍ରାସ ହୋଇ 62.7 ବିଲିୟନ ଡଲାର ହୋଇଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପରେ ଚୀନର ଫାର୍ମାସ୍ୟୁଟିକଲ ମ୍ୟାଗ୍ନେଟ ଝୋଙ୍ଗ ଶାସଶନ ଏସିଆର ଦ୍ବିତୀୟ ବଡ ଧନୀକ ଭାବେ ନିଜ ସ୍ଥାନ ପୁଣି ହାସଲ କରିଛନ୍ତି । ଶାନଶାନଙ୍କ ସମ୍ପତ୍ତି ମୂଲ୍ୟ ଆଦାନିଙ୍କ ଠାରୁ 1.8 ବିଲିଅନ ଡଲାର ଅଧିକ ରହିଛି ।