ଓଡିଶା

odisha

By

Published : Jun 12, 2019, 3:07 PM IST

ETV Bharat / business

ଜୁଲାଇରୁ ଆଶ୍ବସ୍ତି, ଫ୍ରି ହେବ ଅନଲାଇନ ଟ୍ରାଞ୍ଜାକ୍ସନ

RTGS(ରିୟଲ ଟାଇମ ଗ୍ରସ ଟ୍ରାନ୍ସଫର) ଓ NEFT( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର) ପାଇଁ ଆଉ ଦେବାକୁ ପଡିବନି ଦେୟ । ଜୁଲାଇ ପହିଲାରୁ ବିନା ଚାର୍ଜରେ ଫ୍ରିରେ ହେବ ଅନଲାଇନ ଟ୍ରାଞ୍ଜାକ୍ସନ ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଣିକି ଅନଲାଇନ ଟ୍ରାଞ୍ଜକ୍ସନ ପାଇଁ ଆଉ ଗଣିବାକୁ ପଡିବନି ଚାର୍ଜ । ଆସନ୍ତା ଜୁଲାଇରୁ ଲାଗୁ ହେବ ଏହି ନିୟମ । ଡିଜିଟାଲ ନେଣଦେଣକୁ ଅଧିକ ପ୍ରୋତ୍ସାହନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ।

ଅନଲାଇନ ଟ୍ରାଞ୍ଜାକ୍ସନ ବ୍ୟବସ୍ଥା RTGS(ରିୟଲ ଟାଇମ ଗ୍ରାସ ଟ୍ରାନ୍ସଫର) ଓ NEFT( ନ୍ୟାସନାଲ ଇଲୋକ୍ଟ୍ରୋନିକ ଫଣ୍ଡସ୍‌ ଟ୍ରାନ୍ସଫର) ଜରିଆରେ ଟଙ୍କା ଟ୍ରାନ୍ସଫର କରାଯାଇଥାଏ । ଏହି 2 ପ୍ରଣାଳୀ ସାହାଯ୍ୟରେ ଜଣେ ଘରେ ବସି ବିନା ଦ୍ବନ୍ଦରେ ଟଙ୍କା ପଠାଯାଇଥାଏ । କିନ୍ତୁ ଏଥିପାଇଁ ଏଟିଏମ ଭଳି କିଛି ଦେୟ ଦେବାକୁ ପଡିଥାଏ । ହେଲେ ଏବେ ଆଉ ଚିନ୍ତା ନାହିଁ । ଗ୍ରାହକଙ୍କୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ତାର ମୁଦ୍ରାନୀତି ବୈଠକରେ ଏହାକୁ ଚାର୍ଜ ଫ୍ରି କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଏହାକୁ ଆସନ୍ତା ଜୁଲାଇରୁ ଲାଗୁ କରିବା ପାଇଁ ମଙ୍ଗଳବାର ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ।

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ NEFT ମାଧ୍ୟମରେ 1ରୁ 5 ଟଙ୍କା ଓ RTGS ରେ 5ରୁ 50 ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରିଥାଏ । ହେଲେ ଏବେ ଆରବିଆଇର ଏହି ନିଷ୍ପତ୍ତି ପରେ ଗ୍ରାହକ ବିନା ଚାର୍ଜରେ ଟଙ୍କା ପଠାଇ ପାରିବେ ।

For All Latest Updates

ABOUT THE AUTHOR

...view details