ଓଡିଶା

odisha

By

Published : Apr 27, 2021, 4:45 PM IST

ETV Bharat / business

କୋରୋନାର ଦ୍ବିତୀୟ ଲହରରେ ଧୋଇ ଯାଇପାରେ ଅଭିବୃଦ୍ଧି

ଭୟଙ୍କର ରୂପେ ନେଉଛି କୋରୋନାର ଦ୍ବିତୀୟ ଲହର । ଆଉ ଏଥିପାଇଁ ଲାଗୁ ହେଉଥିବା କଟକଣା ଅର୍ଥନୀତିକୁ ଡବଲ ଡିଜିଟରେ ତଳକୁ ଖସାଇବା ସମ୍ଭାବନା ଅଧିକ । ଅଧିକ ପଢନ୍ତୁ..

କୋରୋନାର ଦ୍ବିତୀୟ ଲହରରେ ଧୋଇ ଯାଇପାରେ ଅଭିବୃଦ୍ଧି
କୋରୋନାର ଦ୍ବିତୀୟ ଲହରରେ ଧୋଇ ଯାଇପାରେ ଅଭିବୃଦ୍ଧି

ନୂଆଦିଲ୍ଲୀ: କୋଭିଡ-19 ସଂକ୍ରମଣ ସଂଖ୍ୟାରେ ଲାଗୁନି ବ୍ରେକ । କୋହରାମ ମଚାଇଛି ଭୂତାଣୁ ତାଣ୍ଡବ । ମହାମାରୀର ଏହି ଲଢେଇରେ ଜିତିବା ପାଇଁ ସ୍ଥାନୀୟ ସ୍ତରରେ ଲାଗୁ ହେଉଛି ଲକଡାଉନ, ସଟଡାଉନ । ଆଉ ଏହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର 10 ପ୍ରତିଶତ ତଳକୁ ଖସିପାରେ ବୋଲି ଆକଳନ କରିଛନ୍ତି ପୂର୍ବତନ ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗ ।

ଚଳିତ ମାସ ଆରମ୍ଭରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) 2021 ରେ ଭାରତର ବୃଦ୍ଧି ହାର 12.5 ପ୍ରତିଶତ ରଖିବାକୁ ଅନୁମାନ କରିଥିଲା । ସେହିଭଳି ଆର୍ଥିକ ସମୀକ୍ଷାରେ ଚଳିତ ଆର୍ଥିକ ବର୍ଷର ବିକାଶ ଦର 11 ପ୍ରତିଶତ , ରିଜର୍ଭ ବ୍ୟାଙ୍କ ଅନୁସାରେ 10.5 ପ୍ରତିଶତ ରହିବା ସମ୍ଭାବନା ପ୍ରକାଶ ପାଇଛି ।

ଏ ନେଇ ଗର୍ଗ ନିଜର ବ୍ଲକରେ ଲେଖିଛନ୍ତି କି, କୋଭିଡ-19 ମାମଲାରେ ବୃଦ୍ଧି ଓ ଏହାକୁ ପ୍ରତିହିତ ପାଇଁ ଅନେକ ରାଜ୍ୟ ଲଗାଇଥିବା କଟକଣା ଯୋଗୁଁ ଚଳିତ ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ ଡବଲ ଡିଜିଟରେ ତଳକୁ ଖସିବ ।

ଏବେ ଅନୁମାନ ଲଗାଇବା କାଠିକର କି, ସଂକ୍ରମଣ କେଉଁ ହାରରେ ପ୍ରସାରିତ ହେଉଛି । ଆଉ ସରକାର ଏହି ସଙ୍କଟର ମୁକାବିଲା ପାଇଁ କଣ ପଦକ୍ଷେପ ନେବେ , କେଉଁଭଳି ପଦକ୍ଷେପ ନିଆଯିବ । ଆଉ ପଦକ୍ଷେପ ନେଇ ଲୋକଙ୍କ ଦୃଷ୍ଟିକୋଣ କିଭଳି ରହିବ ? ଏସବୁ ବିଷୟ ଚାହିଦା ଓ ଯୋଗାଣ ଉପରେ ପଡୁଥିବା ପ୍ରଭାବକୁ ନିର୍ଦ୍ଧାରିତ କରିବ ।

ତେବେ ଗର୍ଗ କହିଛନ୍ତି କି , ପ୍ରଥମ ତ୍ରୟମାସରେ ବୃଦ୍ଧି ଦର ପ୍ରାୟ 15 ରୁ 20 ପ୍ରତିଶତ ରହିବା ଅନୁମାନ ଅଛି । ଗତ ଆର୍ଥିକ ବର୍ଷ 2020-21 ର ଏହି ତ୍ରୟମାସରେ ମୋଟ ଘରୋଇ ଉତ୍ପାଦ ( ଜିଡିପି) ରେ 24 ପ୍ରତିଶତ ହ୍ରାସ ହୋଇଛି । ତେବେ ଯଦି କୋରୋନାର ଦ୍ବିତୀୟ ଲହର ଆସି ନଥାନ୍ତା , ତେବେ ଏହି ବୃଦ୍ଧି ହାର 25 ରୁ 30 ପ୍ରତିଶତ ମଧ୍ୟରେ ରହିଥାନ୍ତା । ତେବେ ପୂରା ଆର୍ଥିକ ବର୍ଷ 2021-22ର ଅନୁମାନ ପ୍ରକାଶ କରି ଗର୍ଗ ଜଣାଇଛନ୍ତି କି, ‘ ଏହି ସମୟର ସ୍ଥିତି ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଜିଡିପି 10 ପ୍ରତିଶତର ସାମାନ୍ୟ ତଳେ ରହିବା ସମ୍ଭାବନା ଅଧିକ ବାସ୍ତବିକ ଲାଗୁଛି ।

ABOUT THE AUTHOR

...view details