ନୂଆଦିଲ୍ଲୀ: ଡିସେମ୍ବର 6ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ 2.484 ବିଲିୟନ ଡଲାର ବୃଦ୍ଧି ହୋଇଛି । ଫଳରେ ଏହା ନିଜ ରେକର୍ଡ ଭାଙ୍ଗି 453.422 ଅରବ ଡଲାରରେ ସହ ସର୍ବକାଳୀନ ସ୍ତରରେ ପହଞ୍ଚିଛି ।
ରେକର୍ଡ ଭାଙ୍ଗିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର - forex reserves soar
ଡିସେମ୍ବର 6ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ 2.484 ବିଲିୟନ ଡଲାର ବୃଦ୍ଧି ହୋଇଛି । ଫଳରେ ଏହା ନିଜ ରେକର୍ଡ ଭାଙ୍ଗି 453.422 ଅରବ ଡଲାରରେ ସହ ସର୍ବକାଳୀନ ସ୍ତରରେ ପହଞ୍ଚିଛି।

ରେକର୍ଡ ଭାଙ୍ଗିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର
ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି ସାମ୍ପାହିକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ଏଥିରେ ଗତ ସପ୍ତାହ ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ 2.484 ଅରବ ଡଲାର ବଢି 451.08 ଅରବ ଡଲାର ରହିଥିଲା।
ସମୀକ୍ଷାଧୀନ ସପ୍ତାହରେ ବିଦେଶୀ ମୁଦ୍ରା ସମ୍ପତ୍ତି 1.891 ଅରବ ଡଲାର ବଢି 421.258 ଅରବ ଡଲାରରେ ପହଞ୍ଚିଛି। ଏହି ସମୟରେ ସ୍ବର୍ଣ୍ଣ ଆରକ୍ଷିତ ଭଣ୍ଡାର 43 କୋଟି ଡଲାର ବୃଦ୍ଧି ପାଇ 27.078 ଅରବ ଡଲାର ରହିଛି।