ନୂଆଦିଲ୍ଲୀ: ପୁଣି ବଢିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର । ଏପ୍ରିଲ 16 ରେ ସମାପ୍ତ ସପ୍ତାହରେ 1.193 ଅରବ ଡଲାର ବଢି 582.406 ଅରବ ଡଲାରରେ ପହଞ୍ଚିଛି । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଜାରି ରିପୋର୍ଟରେ ଏନେଇ ଦର୍ଶାଯାଇଛି ।
ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 4.344 ଅରବ ଡଲାର ବଢି 581.213 ଅରବରେ ପହଞ୍ଚିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଏହା ପୂର୍ବରୁ 2021 ଜାନୁଆରୀ 29 ରେ 590.185 ଅରବ ଡଲାରର ସର୍ବକାଳୀନ ସ୍ତରରେ ପହଞ୍ଚିଥିଲା ।