ଓଡିଶା

odisha

ETV Bharat / business

ଭାରତ ଅର୍ଥବ୍ୟବସ୍ଥାରୁ 16 ଆରବ ଡଲାର ଉଠାଇନେଲେ ବିଦେଶୀ ନିବେଶକ - 16 ଅରବ ଡଲାର ଉଠାଇନେଲେ ବିଦେଶୀ ନିବେଶକ

କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ଠପ । ଆଗକୁ ଭୟଙ୍କର ସ୍ଥିତି ଆଶଙ୍କାରେ ପୁଞ୍ଜି ବଜାର ବି ବେହାଲ । ଏଥିମଧ୍ୟରେ ବିଦେଶୀ ନିବେଶକ ଭାରତୀୟ ଅର୍ଥବ୍ୟବସ୍ଥାରୁ ପ୍ରତ୍ୟାହାର କରୁଛନ୍ତି ଟଙ୍କା । ଅଧିକ ପଢନ୍ତୁ..

foreign investors
ଭାରତ ଅର୍ଥବ୍ୟବସ୍ଥାରୁ 16 ଅରବ ଡଲାର ଉଠାଇନେଲେ ବିଦେଶୀ ନିବେଶକ

By

Published : May 20, 2020, 5:37 PM IST

ୱାସିଂଟନ: କୋରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ବ ଅର୍ଥବ୍ୟବସ୍ଥା ମାନ୍ଦାମୁହାଁ । ଏଥିମଧ୍ୟରେ ବିଦେଶୀ ନିବେଶକମାନେ ଏସିଆର ଅର୍ଥବ୍ୟବସ୍ଥାରୁ ପ୍ରାୟ 26 ଅରବ ଡଲାର ଏବଂ ଭାରତରୁ 16 ଆରବ ଡଲାର ପ୍ରତ୍ୟାହାର କରିନେଇଛନ୍ତି । ଆମେରିକା କଂଗ୍ରେସ ଦେଇଥିବା ରିପୋର୍ଟରେ ଏ ନେଇ କୁହାଯାଇଛି ।

କୋଭିଡ-19ର ବୈଶ୍ବିକ ଆର୍ଥିକ ପ୍ରଭାବ ନେଇ ଆମେରିକା ସ୍ବତନ୍ତ୍ର ଅନୁସନ୍ଧାନ କେନ୍ଦ୍ର ନିଜ ସଦ୍ୟ ରିପୋର୍ଟରେ କହିଛି ଯେ, ବିଦେଶୀ ନିବେଶକମାନେ ଆର୍ଥିକ ସଙ୍କଟ ମଧ୍ୟରେ ଭାରତ ବଜାରରୁ ଟଙ୍କା ପ୍ରତ୍ୟାହାର କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ୟୁରୋପ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ସ୍ପେନ ଓ ଇଟଲୀରେ ପ୍ରାୟ 3 କୋଟିରୁ ଉର୍ଦ୍ଧ୍ବ ଲୋକ ସରକାରୀ ସହାୟତା ପାଇଁ ଆବେଦନ କରିଛନ୍ତି । 2020ର ପ୍ରଥମ ତ୍ରୟମାସ ତଥ୍ୟରୁ ସଙ୍କେତ ମିଳିଛି କି ୟୁପୋପ ଦେଶ ଅର୍ଥବ୍ୟବସ୍ଥାରେ 3.8 ପ୍ରତିଶତ ହ୍ରାସ ହୋଇଛି । ଯାହାକି 1995 ପରଠୁ ସବୁଠୁ ବଡ ହ୍ରାସ ।

ରିପୋର୍ଟ ମୁତାବକ, ଆମେରିକାରେ 2020ର ପ୍ରଥମ ତ୍ରୟମାସେର ମୋଟ ଘରୋଇ ଉତ୍ପାଦରେ 4.8 ପ୍ରତିଶତ ହ୍ରାସ ଦେଖାଦେଇଛି । ଯାହାକ 2008 ବିଶ୍ବ ଆର୍ଥିକ ସଙ୍କଟ ପରର ସର୍ବାଧିକ ହ୍ରାସ ।

ABOUT THE AUTHOR

...view details