ଓଡିଶା

odisha

ETV Bharat / business

କାଲି ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ, ଋଣ ବ୍ୟବସ୍ଥାର ହେବ ସମୀକ୍ଷା - 3 ମାସର fm to meet psu bank chiefsଋଣ କିସ୍ତି ସ୍ଥଗିତ

ଶୁକ୍ରବାର ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ । ଅର୍ଥନୀତିକୁ ପୁନଃଜୀବିତ ସହ ବ୍ୟାଙ୍କିଙ୍ଗ ସେକ୍ଟରକୁ ମିଳିଥିବା ଉପଶମ କେତେ ଦୂର ଗ୍ରାହକଙ୍କୁ ଫାଇଦା ଦେଇଛି ସେ ନେଇ ହେବ ଆଲୋଚନା । ଅଧିକ ପଢନ୍ତୁ..

fm to meet psu bank chiefs on friday to review credit flow
କାଲି ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ

By

Published : May 21, 2020, 4:55 PM IST

ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ପ୍ରମୁଖ, ସିଇଓଙ୍କ ସହ ସମୀକ୍ଷା ବୈଠକ କରିବେ । ଏଥିରେ କୋରୋନା ଭାଇରସରେ ପ୍ରଭାବିତ ଅର୍ଥନୀତିକୁ ଟ୍ରାକକୁ ଆଣିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ଏଥିସହ ବ୍ୟାଙ୍କରୁ ଋଣ ଉଠାଣ ଉପରେ ମଧ୍ୟ ଚର୍ଚ୍ଚା କରାଯିବ ବୋଲି ସୂଚନା ଦିଆଯାଇଛି ।

ଏହି ବୈଠକରେ ମେ 11 ହେବା ନେଇ କାର୍ଯ୍ୟସୂଚୀ ପ୍ରସ୍ତୁତି ହୋଇଥିଲା । ହେଲେ ଅର୍ଥମନ୍ତ୍ରୀଙ୍କ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା ଯୋଗୁଁ ଏହି ବୈଠକକୁ ମେ 22କୁ ଘୁଞ୍ଚାଯାଇଥିଲା । ତେବେ ମିଳିଥିବା ତଥ୍ୟନୁସାରେ ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ ।

ଏହି ବୈଠକରେ ଋଣ ଗ୍ରହୀତାଙ୍କୁ ସୁଧରେ ରିହାତି ଲାଭ ଓ ଇଏମଆଇ କିସ୍ତି ଉପରେ ଲଗାଯାଇଥିବା ରୋକ ଯୋଗୁଁ ହୋଇଥିବା ପ୍ରଗତି ଉପରେ ସମୀକ୍ଷା କରାଯିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 27ରେ ରେପୋରେଟ ଦର ହ୍ରାସ କରି ସୁଧ ହାର ଶସ୍ତା ନେଇ ଘୋଷଣା କରିଥିଲା । ଏଥିସହ ଋଣଗ୍ରହୀତାଙ୍କୁ ଲକଡାଉନ କଷ୍ଟରୁ ଆଶ୍ବସ୍ତି ଦେବା ପାଇଁ 3 ମାସର ଋଣ କିସ୍ତିକୁ ସ୍ଥଗିତ କରିଛି ।

ABOUT THE AUTHOR

...view details