ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 20 ଲକ୍ଷ କୋଟି ପ୍ୟାକେଜର ତୃତୀୟ ରାଉଣ୍ଡରେ ଦେଶର ମେରୁଦଣ୍ଡ ଚାଷକୁ ଦେଇଛନ୍ତି ପ୍ରାଧାନ୍ୟ । ପନିପରିବା, ଖାଦ୍ୟ ଶସ୍ୟ ସହ ହର୍ବାଲ ଚାଷ ପାଇଁ କରିଛନ୍ତି ଆର୍ଥିକ ଘୋଷଣା । ଏଥିପାଇଁ 4 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଅର୍ଗାନିକ ଓ ହର୍ବାଲ ଉତ୍ପାଦକୁ ବୈଷିକ ସ୍ତରରେ ପରିଚିତ କରାଯିବ । ଏଥିପାଇଁ ଏହାର ଉତ୍ପାଦ ବୃଦ୍ଧି ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଆସନ୍ତା 2 ବର୍ଷରେ 10,00,000 ହେକ୍ଟର ଜମିରେ ହର୍ବାଲ ଚାଷ କରାଯିବ ।