ନୂଆଦିଲ୍ଲୀ: ମନ୍ତ୍ରାଳୟ କର୍ମଚାରୀଙ୍କ କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମର ସମୀକ୍ଷାର କରିଛନ୍ତି ଅର୍ଥ ଓ କର୍ପୋରେଟ ବ୍ୟାପର ମନ୍ତ୍ରୀ ନିର୍ମଳା ସୀତାରମଣ । ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସେ ଟିକା ନେବା ସହ ସେମାନଙ୍କର ପରିବାରର ଟିକାକରଣ କରିବାରୁ ଅପିଲ କରିଛନ୍ତି ସୀତାରମଣ ।
ଅର୍ଥମନ୍ତ୍ରୀ ଟ୍ବିଟ କରି କହିଛନ୍ତି କି, ‘‘ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥମନ୍ତ୍ରାଳୟ ଓ କର୍ପୋରେଟ ବ୍ୟାପର ମନ୍ତ୍ରାଳର ସମସ୍ତ ବିଭାଗ ସେକ୍ସନ ଅଫିସରଙ୍କ ଠାରୁ ନେଇ ସଚିବ ସ୍ତରର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଉ ଏହି ସମୟରେ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରେ ଟିକାକରଣ ପ୍ରଗତିର ସମୀକ୍ଷା ମଧ୍ୟ କରିଛନ୍ତି ।