ଓଡିଶା

odisha

ETV Bharat / business

ସଂସଦରେ 2.35 ଲକ୍ଷ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ଲୋଡିଲେ ଅର୍ଥମନ୍ତ୍ରୀ - ଅର୍ଥମନ୍ତ୍ରୀ ଉପସ୍ଥାପନ କଲେ ପ୍ରଥମ ସପ୍ଟିମେଣ୍ଟାରୀ ଡିମାଣ୍ଡ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର 2,35,852.87 କୋଟି ଟଙ୍କା ବ୍ୟୟ ଅଟକଳ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଅଧୀନରେ 40,000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ସଂସଦରେ ଅନୁମୋଦନ ଲୋଡିଛନ୍ତି । ଅଧିକ ପଢନ୍ତୁ..

ଅର୍ଥମନ୍ତ୍ରୀ ଉପସ୍ଥାପନ କଲେ ପ୍ରଥମ ସପ୍ଟିମେଣ୍ଟାରୀ ଡିମାଣ୍ଡ
ଅର୍ଥମନ୍ତ୍ରୀ ଉପସ୍ଥାପନ କଲେ ପ୍ରଥମ ସପ୍ଟିମେଣ୍ଟାରୀ ଡିମାଣ୍ଡ

By

Published : Sep 14, 2020, 10:13 PM IST

ନୂଆଦିଲ୍ଲୀ :ସୋମବାର ସରକାର ଅନୁଦାନର ସପ୍ଲିମେଣ୍ଟାରୀ ଡିମାଣ୍ଡର ପ୍ରଥମ ବ୍ୟାଚ ଅନୁଯାୟୀ 2,35,852 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ପାଇଁ ସଂସଦରୁ ମଞ୍ଜୁରୀ ମାଗିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2020-21 ବର୍ଷ ପାଇଁ ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଦାବି ଉପସ୍ଥାପନ କରିଛନ୍ତି ।

ଏଥିରେ ସୀତାରମଣ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଅଧୀନରେ 40,000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ସଂସଦରେ ଅନୁମୋଦନ ଲୋଡିଛନ୍ତି । ଏଥିରେ ଦର୍ଶାଯାଇଛି ଯେ ‘‘2,35,852.87 କୋଟି ଟଙ୍କାର ମୋଟ ଅତିରିକ୍ତ ଖର୍ଚ୍ଚକୁ ଅନୁମତି ଦେବା ପାଇଁ ସଂସଦକୁ ମଞ୍ଜୁରୀ ମଗାଯାଉଛି ।’’

2020-21 ବର୍ଷ ଅନୁଦାନ ପାଇଁ ସପ୍ଲିମେଣ୍ଟାରୀ ଡିମାଣ୍ଡର ପ୍ରଥମ ବ୍ୟାଚ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅନୁସାରେ , ଏଥିରେ ନିଟ ନଗଦ ବ୍ୟୟ 1,66,989.91 କୋଟି ଏବଂ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଞ୍ଚୟ ଓ receipts/recoveries ମାଧ୍ୟମରେ 68,868.33 କୋଟି ଟଙ୍କା ଯୋଗାଇ ଦିଆଯିବ ।

ସରକାର ପଞ୍ଚଦଶ ଅର୍ଥ ଆୟୋଗ ସୁପାରିଶ ଅନୁଯାୟୀ କେନ୍ଦ୍ରୀୟ କରରେ ଅଂଶ ପରେ ରାଜସ୍ବ ଘାଟାକୁ ଭରଣା ଉଦ୍ଦେଶ୍ୟରେ ରାଜ୍ୟକୁ ଅତିରିକ୍ତ ଆବଣ୍ଟନ ପାଇଁ 46,602.43 କୋଟି ଟଙ୍କାର ଦାବି କରିଛି । 2020-21 ବର୍ଷ ପାଇଁ ଅନୁଦାନର ସପ୍ଟିମେଣ୍ଟାରୀର ପ୍ରଥମ ବ୍ୟାଚରେ 54 ଅନୁଦାନ ଓ ଏକ Appropriations ଅନ୍ତର୍ଭୂକ୍ତ କରାଯାଇଛି ।

For All Latest Updates

ABOUT THE AUTHOR

...view details