ଓଡିଶା

odisha

ETV Bharat / business

Nirmala Sitaraman: ବୀମା କମ୍ପାନୀଙ୍କୁ ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶ, ଶୀଘ୍ର ସମାଧାନ ହେଉ ଦାବି - ବୀମା କମ୍ପାନୀ ପ୍ରମୁଖ ବୈଠକ

ବୀମା କମ୍ପାନୀ ପ୍ରମୁଖଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ । ଆବେଦନକାରୀଙ୍କ ଦାବି ସମାଧାନ ପ୍ରକ୍ରିୟା ଓ ଡକ୍ୟୁମେଣ୍ଟିସନକୁ ସୁଗମ କରିବା ଉପରେ ବିଚାର ହୋଇଛି । ଶୀଘ୍ର ବୀମା ଦାବି ସମାଧାନ ପାଇଁ ପରାମର୍ଶ ଦେଲେ ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ..

Nirmala Sitaraman: ବୀମା କମ୍ପାନୀଙ୍କୁ ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶ, ଶୀଘ୍ର ସମାଧାନ ହେଉ ଦାବି
Nirmala Sitaraman: ବୀମା କମ୍ପାନୀଙ୍କୁ ଅର୍ଥମନ୍ତ୍ରୀଙ୍କ ନିର୍ଦ୍ଦେଶ, ଶୀଘ୍ର ସମାଧାନ ହେଉ ଦାବି

By

Published : Jun 5, 2021, 10:15 PM IST

ନୂଆଦିଲ୍ଲୀ: ଶନିବାର ସାର୍ବଜନିକ ଓ ଘରୋଇ କ୍ଷେତ୍ରର ବୀମା କମ୍ପାନୀ ପ୍ରମୁଖଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ କୋଭିଡ-19 ଲଢେଇରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ପ୍ରଗତିର ସମୀକ୍ଷା କରିଛନ୍ତି ଅର୍ଥମନ୍ତ୍ରୀ ।

ସେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (PMSBY) ଅଧିନରେ ଦାବିକୁ ଶୀଘ୍ର ତୁଟାଇବା ପାଇଁ ବୀମା କମ୍ପାନୀଙ୍କୁ କହିଛନ୍ତି । ଜଣେ ଅଧିକାରୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ବୀମା କମ୍ପାନୀଙ୍କ ପ୍ରମୁଖଙ୍କ ସହ ଭର୍ଚୁଆଲ ବୈଠକରେ ଅର୍ଥମନ୍ତ୍ରୀ ଏହି ଯୋଜନା ଅଧିନରେ ଜରୁରୀ ଡକ୍ୟୁମେଣ୍ଟେସନ ପ୍ରକ୍ରିୟାକୁ ଯୁକ୍ତିସଙ୍ଗତ କରିବା ପାଇଁ ଜୋର ଦେଇଛନ୍ତି । ଯାହା ଦ୍ବାରା ଦାବିଗୁଡିକୁ ଶୀଘ୍ର ସମାଧନ କରାଯାଇପାରିବ ।

ଅର୍ଥମନ୍ତ୍ରା ନିର୍ମଳା ସୀତାରମଣ କହିଛନ୍ତି କି , ପିଏମଜିକେପି ଯୋଜନା ଅଧିନରେ ଏବେ ସୁଦ୍ଧା 419 ଦାବିର ସମାଧାନ ହୋଇଛି । ଆଉ ନାମାଙ୍କନ ଖାତାରେ 209.5 କୋଟି ଟଙ୍କା ରଖାଯାଇଛି । ରାଜ୍ୟଗୁଡ଼ିକ ଦ୍ବାରା ଡକ୍ୟୁମେଣ୍ଟ ପଠାଇବାରେ ବିଳମ୍ବ ହେବାର ସମସ୍ୟାକୁ ସମାଧାନ କରିବା ପାଇଁ ଏକ ନୂତନ ବ୍ୟବସ୍ଥା ସ୍ଥିର ହୋଇଛି । ଏହା ଅଧୀନରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଏକ ସରଳ ପ୍ରମାଣପତ୍ର ଏବଂ ନୋଡାଲ ରାଜ୍ୟ ସ୍ବାସ୍ଥ୍ୟ ପ୍ରାଧିକରଣ ଦ୍ବାରା ଏହାର ନିଶ୍ଚିତକରଣ ଦାବିଗୁଡ଼ିକର ସମାଧାନ ପାଇଁ ଯଥେଷ୍ଟ ହେବ ।

ABOUT THE AUTHOR

...view details