ଓଡିଶା

odisha

ETV Bharat / business

ଚାଷୀଙ୍କ ପାଇଁ ଖୁସିଖବର, ଫର୍ଟିଲାଇଜର ସବସିଡି ପାଇଁ 65 ହଜାର କୋଟି ଘୋଷଣା

ଭଲ ଫସଲ ଦ୍ବାରା ଅର୍ଥନୀତିରେ ଶୀଘ୍ର ସୁଧାର ହେବ । ଅର୍ଥମନ୍ତ୍ରୀ ପ୍ରେସ କନଫରେନ୍ସ କରି କୃଷି କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ..

By

Published : Nov 12, 2020, 6:26 PM IST

ଚାଷୀଙ୍କ ପାଇଁ ଖୁସିଖବର , ଫର୍ଟିଲାଇଜର ସବସିଡି ପାଇଁ 65000 କୋଟି ଘୋଷଣା
ଚାଷୀଙ୍କ ପାଇଁ ଖୁସିଖବର , ଫର୍ଟିଲାଇଜର ସବସିଡି ପାଇଁ 65000 କୋଟି ଘୋଷଣା

ନୂଆଦିଲ୍ଲୀ: ଅର୍ଥନୀତିକୁ ବୁଷ୍ଟର ଦେବା ପାଇଁ ଏହି ଧନତେରସରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ଅକ୍ଟୋବର ମାସରେ ଅର୍ଥନୀତିରେ ଅନେକ ସୁଧାର ଦେଖିବାକୁ ମିଳିଛି । ଏଭଳି ସମୟରେ ଆଶା କରାଯାଉଛି କି ଭଲ ଫସଲ ଦ୍ବାରା ଅର୍ଥନୀତିରେ ଶୀଘ୍ର ସୁଧାର ହେବ । ଅର୍ଥମନ୍ତ୍ରୀ ପ୍ରେସ କନଫରେନ୍ସ କରି କୃଷି କ୍ଷେତ୍ର ପାଇଁ ବଡ ଘୋଷଣା କରିଛନ୍ତି ।

65000 କୋଟି ଟଙ୍କାର ଫର୍ଟିଲାଇଜର ସବସିଡି ଅର୍ଥମନ୍ତ୍ରୀ କୃଷକଙ୍କୁ 65,000 କୋଟି ଟଙ୍କାର ଫର୍ଟିଲାଇଜର ସବସିଡି ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି କି କୃଷକଙ୍କୁ ଆଗାମୀ ଫସଲ ଋତୁରେ ଫର୍ଟିଲାଇଜରର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 65,000 କୋଟି ଟଙ୍କା ଦିଆଯିବ । ଏହା ଅଧିନରେ ଚାଷୀଙ୍କୁ ସୁଲଭ ଦରରେ ଫର୍ଟିଲାଇଜର ଉପଲବ୍ଧ ହୋଇପାରିବ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, 2016-17 ରେ ଖାଦ୍ୟର ଉପଯୋଗ 499 ମେଟ୍ରିକ ଟନ ଥିଲା । 2020-21ରେ ଏହାକୁ ବଢାଇ 673 ମେଟ୍ରିକ ଟନ କରିବା ଆଶା ରହିଛି । ଖାଦ୍ୟର ସର୍ବାଧିକ ଯୋଗାଣ ଓ ସବସିଡିରେ ମିଳୁଥିବା ଯୋଗୁଁ 140 ମିଲିୟନ ଅର୍ଥାତ 14 କୋଟି ଚାଷୀଙ୍କୁ ଲାଭ ମିଳିବ ।

ସେହିଭି ଚଳିତ ଆର୍ଥିକ ବ୍ରଷରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ପାଇଁ 10,000 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅଟକଳ ରହିଛି । ଯାହା ଦ୍ବାରା ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଗତି ମିଳିବ । ସୀତାରମଣ ଆଗକୁ କହିଛନ୍ତି ଯେ, ଋଣ ସହାୟତା ଜରିଆରେ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ଏକ୍ଜିମ ବ୍ୟାଙ୍କକୁ 3000 କୋଟି ଟଙ୍କା ଦିଆଯିବ ।

ABOUT THE AUTHOR

...view details