ଭୁବନେଶ୍ବର: ଫେବୃଆରୀ ଦ୍ବିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପିତ ହୋଇପାରେ ରାଜ୍ୟ ବଜେଟ। ଏଥିପାଇଁ ପ୍ରାକ ବଜେଟ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି। ବୁଧବାର ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ।
ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡେଇ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର, ପୂର୍ବତନ ଉନ୍ନୟନ କମିଶନର ଉପେନ୍ଦ୍ର ନାଥ ବେହେରାଙ୍କ ସହ ବିଭିନ୍ନ ଅର୍ଥନୈତିକ ବିଶାରଦ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏଠାରେ ବଜେଟ ରୂପରେଖ ନେଇ ଆଲୋଚନା ଚାଲିଛି।