ନୂଆଦିଲ୍ଲୀ: ଏଣିକି ଶୀଘ୍ର ମିଳିବ ପାନ ନମ୍ବର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଏନେଇ ଶୁଭାରମ୍ଭ କରିଛନ୍ତି । ଏହି ସୁବିଧା ଆଧାର ନମ୍ବର ଏବଂ ଫୋନ ନମ୍ବର ଥିବା ବ୍ୟକ୍ତିଙ୍କୁ ମିଳିବ । ଏହି ସୁବିଧାରେ ଇ-ପାନ ନମ୍ବର ମାଗଣାରେ ମିଳିବ । କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଏନେଇ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ।
ତତକ୍ଷଣାତ୍ ପାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ - pan card
ତତକ୍ଷଣାତ୍ ପାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ । ଚଳିତ ବର୍ଷ ବଜେଟରେ କରିଥିଲେ ଘୋଷଣା । ଅଧିକ ପଢନ୍ତୁ...
![ତତକ୍ଷଣାତ୍ ପାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ FM launches facility of Instant PAN through Aadhaar based e-KYC](https://etvbharatimages.akamaized.net/etvbharat/prod-images/768-512-7387345-799-7387345-1590686110085.jpg)
ତତକ୍ଷଣାତ୍ ପାନର ଶୁଭାରମ୍ଭ କଲେ ଅର୍ଥମନ୍ତ୍ରୀ
ଫେବୃୟାରୀ ମାସରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ସୁବିଧା ଗୁରୁବାର ଠାରୁ ବିଧିବଧ ଭାବେ ଆରମ୍ଭ ହୋଇଛି । ମାତ୍ର 10 ମିନିଟରେ 6,77,680 ପାନ ନମ୍ବର ପ୍ରଦାନ କରାସାରିଛି । ମେ ମାସ 25 ତାରିଖ ସୁଦ୍ଧା ମୋଟ 50 କୋଟି 52 ଲକ୍ଷଙ୍କୁ ପାନ ନମ୍ବର ଦିଆ ସରିଛି । ସେମାନଙ୍କ ଭିତରୁ ପ୍ରାୟ 32.17 କୋଟି ଆଧାର ଭିତ୍ତିକ ବୋଲି ଜଣା ପଡିଛି ।