ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଦରମାରୁ 1 ଲକ୍ଷ ଟଙ୍କା ପିଏମ-କେୟାର୍ସ ପାଣ୍ଠିକୁ ଦାନ କଲେ । ଏହି ଟଙ୍କା କୋରୋନା ପ୍ରଭାବିତ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ ।
କୋରୋନା ସହାୟତା: ପିଏମ କେୟାର୍ସ ପାଣ୍ଠିକୁ ଅର୍ଥମନ୍ତ୍ରୀ ଦେଲେ 1 ଲକ୍ଷ ଟଙ୍କା - ଅର୍ଥମନ୍ତ୍ରୀଙ୍କ କୋରୋନା ସହାୟତା
କୋରୋନା ପ୍ରଭାବିତ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଖର୍ଚ୍ଚ ପାଇଁ ଅର୍ଥମନ୍ତ୍ରୀଙ୍କ ଯୋଗଦାନ । ପିଏମ କେୟାର୍ସ ପାଣ୍ଠିକୁ ଦେଲେ 1 ଲକ୍ଷ ଟଙ୍କା ।
କୋରୋନା ମୁକାବିଲା : ଅର୍ଥମନ୍ତ୍ରୀ ଦେଲେ 1 ଲକ୍ଷ ଟଙ୍କା
ତାଙ୍କ ବ୍ୟାଙ୍କ ଶାଖାକୁ ଦିଆଯାଇଥିବା ନିର୍ଦ୍ଦେଶରେ ସେ କହିଛନ୍ତି, " ମୁଁ 1 ଲକ୍ଷ ଟଙ୍କା ଦାନ କରିବାକୁ ଚାହୁଁଛି। ତେଣୁ ଦୟାକରି ମୋ ଆକାଉଣ୍ଟରୁ 1 ଲକ୍ଷ ଟଙ୍କା ଡେବିଟ କରି ପିଏମ କେୟାର୍ସ ପାଣ୍ଠିକୁ ପଠାଯାଉ । ’’
ଏହା ପୂର୍ବରୁ ବିଜେପି ସଭାପତି ଜେପି ନଡ୍ଡା ଓ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କ MP LADS ଟଙ୍କା ପ୍ରଦାନ କରିଥିଲେ । ଭାରତୀୟ ଜନତା ପାର୍ଟି ମଧ୍ୟ ଘୋଷଣା କରିଛି ଯେ, ତାର ସମସ୍ତ ଏମପି ଗୋଟିଏ ମାସର ଦରମା ପିଏମ ରିଲିଫ ଫଣ୍ଡକୁ ଦେଇଛନ୍ତି ।