ନୂଆଦିଲ୍ଲୀ: ଶୁକ୍ରବାର ଅର୍ଥମନ୍ତ୍ରୀ ଏହି ପ୍ୟାକେଜର ତୃତୀୟ ରାଉଣ୍ଡରେ କୃଷି କ୍ଷେତ୍ର ପାଇଁ ମୋଟ 11ଟି ଘୋଷଣା କରିଛନ୍ତି । ସେଥିରୁ 8ଟି ଏଗ୍ରି ଇମ୍ଫ୍ରା ଲଜିଷ୍ଟିକ ଉପରେ ରହିଛି । ଆଉ 3ଟି ଗଭର୍ଣ୍ଣେସ ଓ ରିଫର୍ମ ସହ ଜଡିତ ଅଛି ।
କୃଷିକ୍ଷେତ୍ର ପାଇଁ 11 ଟି ପ୍ଲାନ ଘୋଷଣା ହୋଇଛି । ସେଥିରେ ଚାଷ ପାଇଁ ହୋଇଥିବା ଘୋଷଣା..
କୃଷି ଭିତ୍ତିଭୂମି ପାଇଁ 1 ଲକ୍ଷ କୋଟିର ଘୋଷଣା । ଏହି ଟଙ୍କା କୃଷିଜାତ ଦ୍ରବ୍ୟର ଭଣ୍ଡାର ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ବିନିଯୋଗ ହେବ । ଅଧିକ ଶୀତଳ ଭଣ୍ଡାର ପାଇଁ ଏହି ଟଙ୍କାର ଘୋଷଣା ହୋଇଛି ।
ଚାଷ ଆୟ ଦ୍ବିଗୁଣିତ କରିବା ପାଇଁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ ହେବ । ଉଟିତ ମୁଲ୍ୟ ପାଇଁ ଉତ୍ପାଦିତ ଦ୍ରବ୍ୟର ଇ-ଟ୍ରେଡିଂ ହେବ ।
ସେହିଭଳି ଚାଷୀଙ୍କ ସୁବିଧାକୁ ନଜରରେ ରଖି ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, କୃଷି କ୍ଷେତ୍ରରେ ନିବେଶ ବଢାଇବା ବ୍ୟବସ୍ଥରେ ପରିବର୍ତ୍ତନ ହେବ । ସଂଶୋଧିତ ଆଇନରେ ପିଆଜ, ଡାଲିଜାତୀୟ ଦ୍ରବ୍ୟ ଓ ଆଳୁ ବାଦ ପଡିବ ।