ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ସଙ୍କଟରେ ଜୁଝୁଥିବା ଏମଏସଏମଇ ସେକ୍ଟର ପାଇଁ 6ଟି ପଦକ୍ଷେପ ଘୋଷଣା। ଏମଏସଏମଇ ସେକ୍ଟରକୁ ୩ ଲକ୍ଷ କୋଟିର ଋଣ ଦିଆଯିବ । ଏହାର ସମୟସୀମା 4 ବର୍ଷର ରହିବ । ଏହି ଋଣ ପାଇଁ ଉଦ୍ୟୋଗୀଙ୍କୁ କୌଣସି ପ୍ରକାର ଗ୍ୟାରେଣ୍ଟି ଦେବାକୁ ପଡିବନି । ବାର୍ଷିକ 100 କୋଟି ପର୍ଯ୍ୟନ୍ତ ନେଣଦେଣ କରୁଥିବା ଏମଏସଏମଇ ଏହା ଦ୍ବାରା ଉପକୃତ ହେବେ ।
ଏଥିସହ ବର୍ଷେ ପର୍ଯ୍ୟନ୍ତ ଏହାର କିସ୍ତିକୁ ମୁକ୍ତି ମିଳିବ । ଏହା ଦ୍ବାରା 45 ଲକ୍ଷ ଏମଏସଏମଇକୁ ଫାଇଦା ମିଳିବ । ସେହିପରି ଏମଏସଏମଇକୁ ବିସ୍ତାର କରିବା ପାଇଁ ୫୦ ହଜାର କୋଟି ଟଙ୍କା। ଏଥିସହ ସଙ୍କଟରେ ଜୁଝୁଥିବା ଏମଏସଏମଇ ପାଇଁ ୧୦ ହଜାର କୋଟିର 'ଫଣ୍ଡସ୍ ଅଫ୍ ଫଣ୍ଡ' ।
୨୦୦ କୋଟି ପର୍ଯ୍ୟନ୍ତ ଟେଣ୍ଡର ଗ୍ଲୋବାଲ ହେବନାହିଁ। ଏମଏସଏମଇକୁ ଇ-ମାର୍କେଟ ସହ ଯୋଡାଯିବ। ଟ୍ରେଡ ଫେୟାରରେ ସେମାନଙ୍କ ଭାଗୀଦାରୀ ସୁନିଶ୍ଚିତ କରାଯିବ । ସରକାରୀ କମ୍ପାନୀଙ୍କ ପାଖରେ ସେମାନଙ୍କ ବକେୟା ଥିଲେ , ୪୫ ଦିନ ଭିତରେ ସବୁ ଅର୍ଥ ଅର୍ଥାତ ସମସ୍ତ ରିଫଣ୍ଡ ଦେବାକୁ ପ୍ରୟାସ କରାଯିବ ।
ଏମଏସଏମଇ ଉଦ୍ୟୋଗ ପରିଭାଷାରେ ପରିବର୍ତ୍ତନ