ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଚତୁର୍ଥ ରାଉଣ୍ଡର ଆର୍ଥିକ ପ୍ୟାକେଜରେ ସଙ୍କଟଗ୍ରସ୍ଥ ବିମାନ ଚଳାଚଳ ସେକ୍ଟର ପାଇଁ କରିଛନ୍ତି ସ୍ବତନ୍ତ୍ର ଘୋଷଣା । ବିମାନ ସେକ୍ଟରକୁ ମଜବୁତ ସହ ଯାତ୍ରୀଙ୍କୁ ସମୟକୁ ବଞ୍ଚାଇବା ପାଇଁ ଆଣିଛନ୍ତି ନୂଆ ପ୍ଲାନ ।
ଭାରତୀୟ ବାୟୁ ଅନ୍ତରୀକ୍ଷ (air space) ଉପଯୋଗ ଉପରେ ପ୍ରତିବନ୍ଧକକୁ କୋହଳ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯାହା ଦ୍ବାରା ବିମାନ ଚଳାଚଳ କ୍ଷେତ୍ରର ବାର୍ଷିକ ପାଖାପାଖୀ 1 ହଜାର କୋଟି ଟଙ୍କାର ଲାଭ ମିଳିବ ।
ଏୟାର ସ୍ପେସକୁ ବଢାଯିବ । ଫଳରେ ଆମଦାନୀ ବଢିବ । ଏଥିସହ ଯାତ୍ରା ସମୟ ବଞ୍ଚିବା ସହ ଓ କମ ଇନ୍ଧନ ଖର୍ଚ୍ଚ ହେବ । ଯାହାଦ୍ବାରା ପରିବେଶ ବି ପ୍ରଦୂଷଣମୁକ୍ତ ହେବ । ପିପିପି (ପବ୍ଲିକ ପ୍ରାଇଭେଟ ପାର୍ଟନରସିପ) ମୋଡରେ 6ଟି ଏୟାରପୋର୍ଟର ଉନ୍ନତିକରଣ କରାଯିବ । 6ଟି ଏୟାରପୋର୍ଟର ନିଲାମ କରାଯିବ । ଏହି କାମ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଜରିଆରେ କରାଯିବ । ଏୟାରଲାଇନ୍ସର ବ୍ୟୟ କମ ପାଇଁ ଜୋର ଦିଆଯିବ ।
ଯାତ୍ରାକୁ ସରଳ ଓ ସୁଗମ କରିବାକୁ ମଧ୍ୟ ପ୍ରୟାସ ହେବ ।