ଓଡିଶା

odisha

ସରକାରଙ୍କ ଆର୍ଥିକ ପଦକ୍ଷେପ ପ୍ରଭାବରେ ବଢିଛି ଅଭିବୃ୍ଦ୍ଧି: ସୀତାରମଣ

By

Published : Mar 8, 2021, 10:18 PM IST

ସରକାର ନେଇଥିବା ବିଭିନ୍ନ ଆର୍ଥିକ ପଦକ୍ଷେପ ଦ୍ବାରା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ 0.4 ପ୍ରତିଶତ ବିକାଶ ହାର ଦେଖିବାକୁ ମିଳିଛି । ଏ ନେଇ ଲୋକସଭାରେ ଲିଖିତ ଭାବେ ଜଣାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ..

ସରକାରଙ୍କ ଆର୍ଥିକ ପଦକ୍ଷେପ ପ୍ରଭାବରେ ବଢିଛି ଅଭିବୃ୍ଦ୍ଧି:  ସୀତାରମଣ
ସରକାରଙ୍କ ଆର୍ଥିକ ପଦକ୍ଷେପ ପ୍ରଭାବରେ ବଢିଛି ଅଭିବୃ୍ଦ୍ଧି: ସୀତାରମଣ

ନୂଆଦିଲ୍ଲୀ: କୋଭିଡରେ ପ୍ରଭାବିତ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଛି ବହୁ ଆର୍ଥିକ ପଦକ୍ଷେପ । ଯାହା ଫଳରେ ରାଜସ୍ବ ବଢିବା ସହ ବହୁ ସେକ୍ଟରରେ ସକରାତ୍ମକ ବୃଦ୍ଧି ହାର ଦେଖିବାକୁ ମିଳିଛି । ଆଉ ଏହାର ପ୍ରଭାବରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ 0.4 ପ୍ରତିଶତ ବିକାଶ ହାର ଦେଖିବାକୁ ମିଳିଛି । ଏ ନେଇ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କୋରୋନା ଭାଇରସ ମହାମାରୀ କାରଣରୁ 2020-21 ରେ ଅର୍ଥବ୍ୟବସ୍ଥା 8 ପ୍ରତିଶତ ସଙ୍କୁଚିତ ହେବ ବୋଲି ଆକଳନ ହୋଇଛି । ଲୋକସଭାରେ ଏକ ପ୍ରଶ୍ନର ଲିଖିତ୍ତ ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି କି, ‘‘ ସରକାରଙ୍କ ପକ୍ଷରୁ ଆର୍ଥିକ ବର୍ଷ 20202-21 ରେ କରାଯାଇଥିବା ଆର୍ଥିକ ଉପାୟ ଦ୍ବାରା ଅର୍ଥବ୍ୟବସ୍ଥାକୁ ଭିଟାମିନ ମିଳିଛି । ଅର୍ଥବ୍ୟବସ୍ଥା ହ୍ରାସ ପରେ ତୀବ୍ର ଗତିରେ ସୁଧୁରିଛି ।

ନିର୍ମଳା କହିଛନ୍ତି କି ଆର୍ଥିକ ଗତିବିଧି ଉପରେ ଲଗାଯାଇଥିବା କଟକଣା କୋହଳ ହେବା ପରେ ଯୋଗାଣ ସମ୍ବନ୍ଧୀୟ ଅସୁବିଧା କମ ହୋଇଛି। ମହଙ୍ଗା ହାର 7.6 ପ୍ରତିଶତରୁ ହ୍ରାସ ହୋଇ 4.1 ପ୍ରତିଶତ ହୋଇଛି ।

ଆଉ ମହଙ୍ଗା ହାର କମ ହେବା ଦ୍ବାରା ଲୋକଙ୍କ ବାସ୍ତବିକ କ୍ରୟ ଶକ୍ତି ବଢିଛି ।

ABOUT THE AUTHOR

...view details