ଓଡିଶା

odisha

By

Published : May 14, 2021, 5:10 PM IST

ETV Bharat / business

ସ୍ପୁଟନିକ ଭିର ପ୍ରଥମ ଡୋଜ ନେଲେ ଭାରତୀୟ, ପ୍ରାଇଭେଟ ସେକ୍ଟରକୁ ମିଳିବ ପ୍ରାଥମିକତା

ହାଇଦ୍ରାବାଦରେ ଆଜି ଅର୍ଥାତ ମେ 14 ରେ ସ୍ପୁଟନିକ ଭି- ଟିକାର ପ୍ରଥମ ଡୋଜ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି । ଆଗାମୀ ସପ୍ତାହରୁ ବଜାରରେ ଏହି ଟିକା ଉପଲବ୍ଧ ହେବ । ଅଧିକ ପଢନ୍ତୁ..

ଭାରତରେ ଲାଗିଲା ସ୍ପୁଟନିକ ଭି ପ୍ରଥମ ଡୋଜ  , ପ୍ରାଇଭେଟ ସେକ୍ଟରକୁ ମିଳିବ ପ୍ରାଥମିକତା
ଭାରତରେ ଲାଗିଲା ସ୍ପୁଟନିକ ଭି ପ୍ରଥମ ଡୋଜ , ପ୍ରାଇଭେଟ ସେକ୍ଟରକୁ ମିଳିବ ପ୍ରାଥମିକତା

ନୂଆଦିଲ୍ଲୀ: କୋରୋନା ମହାମାରୀ ବିରୋଧୀ ଲଢେଇ ପାଇଁ ଭାରତକୁ ମିଳିଲା ଆଉ ଏକ ଅସ୍ତ୍ର । ଏବେ ଭାରତୀୟ ନେଇପାରିବେ ରୁଷର ସ୍ପୁଟନିକ ଭି ଟିକା । ଆଗାମୀ ସପ୍ତାହରୁ ବଜାରରେ ଏହି ଟିକା ଉପଲବ୍ଧ ହେବ । ତେବେ ସ୍ପୁଟନିକ ଭି କୁ ପ୍ରଥମେ ଘରୋଇ କ୍ଷେତ୍ରକୁ ଦିଆଯାଇପାରେ । ଭ୍ୟାକ୍ସିନ ଶିଶିକୁ ଏକ ନିଶ୍ଚିତ ତାପମାତ୍ରାରେ ରଖାଯିବା ଜରୁରୀ । କୋଭିଡ ୱାର୍କିଙ୍ଗ ଗ୍ରୁପର ଚେୟାରମ୍ୟାନ ଏନକେ ଅରୋରା କହିଛନ୍ତି ।

ଭାରତରେ ଲାଗିଲା ସ୍ପୁଟନିକ ଭି ପ୍ରଥମ ଡୋଜ , ପ୍ରାଇଭେଟ ସେକ୍ଟରକୁ ମିଳିବ ପ୍ରାଥମିକତା

ଆସନ୍ତା 3 ମାସରେ ଦେଶରେ 3 ଗୁଣା ଅଧିକ ଭ୍ୟାକ୍ସିନ ମିଳିବ । କୋଭିସିଲ୍ଡ ଭ୍ୟାକ୍ସିନ ବିଷୟରେ ସେ ଆହୁରୀ ମଧ୍ୟ ଜଣାଇଛନ୍ତି କି , ଯେଉଁମାନେ କୋଭିସିଲ୍ଡ ଓ କୋଭାକ୍ସିନ ଉଭୟ ଡୋଜ ନେଇଛନ୍ତି ସେମାନଙ୍କୁ ଚିନ୍ତା କରିବା ଆବଶ୍ୟକତା ନାହିଁ ।

ଏବେ ସୁଦ୍ଧା ଦେଶରେ ଭାରତ ବାୟୋଟେକର କୋଭାକ୍ସିନ ଏବଂ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କୋଭିଲସିଲ୍ଡ ଟିକା ଦିଆଯାଉଥିଲା ଲୋକଙ୍କୁ । ତେବେ ଏହି ଟିକା ବର୍ତ୍ତମାନ ଉପଯୋଗ ହେଉଥିବା 2 ଭ୍ୟାକ୍ସିନ ତୁଳନାରେ ସାମାନ୍ୟ ମହଙ୍ଗା ରହିବ । ସ୍ପୁଟନିକ-ଭି ର ଦାମ ଡୋଜ ପ୍ରତି 995.40

ଟଙ୍କା ରହିବ । ଏହି ଟିକା ଭାରତରେ ତିଆରି ହେବ । ଏଣୁ ଏହାର ଦାମ ଅଧିକ ରହିଛି । ଡ. ରେଡ୍ଡୀ ଲ୍ୟାବ୍‌ ପକ୍ଷରୁ ଦିଆଯାଇଛି ସୂଚନା ।

ଭାରତରେ ଏବେ ସୁଦ୍ଧା ଭ୍ୟାକ୍ସିନର 1.5 ଲକ୍ଷ ଡୋଜ ଉପଲବ୍ଧ ରହିଛି । ଏ ବର୍ଷ ଫେବୃଆରୀରେ ଏହି ଭ୍ୟାକ୍ସିନର ଟ୍ରାୟର ପରିଣାମକୁ ଦି ଲାସେଣ୍ଟରେ ଛପା ଯାଇଥିଲା । ଏହା ପରେ ଏହାକୁ ସୁରକ୍ଷିତ ଓ ପ୍ରଭାବଶାଳୀ କୁହାଯାଇଛି । ହାଇଦ୍ରାବାଦରେ ଆଜି ଅର୍ଥାତ ମେ 14 ରେ ସ୍ପୁଟନିକ ଭି- ଟିକାର ପ୍ରଥମ ଡୋଜ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଛି ।

ସେହିଭଳି ଫାଇଜନ , ମାର୍ଡନା, ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହୋଇଯିବ ବୋଲି ଏନକେ ଆରୋଡା କହିଛନ୍ତି ।

ABOUT THE AUTHOR

...view details