ଓଡିଶା

odisha

By

Published : Aug 3, 2020, 8:11 PM IST

ETV Bharat / business

25 ଟଙ୍କାର ପେଟ୍ରୋଲ 80 ଟଙ୍କାରେ କାହିଁକି କିଣିବାକୁ ପଡେ ? ଜାଣନ୍ତୁ ପୂରା ହିସାବ...

ପେଟ୍ରୋଲ ଓ ଡିଜେଲର ବେସ ପ୍ରାଇସ ଠାରୁ 3 ଗୁଣା ଅଧିକ ଗଣିବାକୁ ପଡୁଛି । କିନ୍ତୁ କାହିଁକି ? ଜାଣନ୍ତୁ ଦିଲ୍ଲୀରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ ଦାମ ବିକ୍ରିର ପୂରା ହିସାବ..

25 ଟଙ୍କାର ପେଟ୍ରୋଲ  80 ଟଙ୍କାରେ କାହିଁକି କିଣିବାକୁ ପଡେ
25 ଟଙ୍କାର ପେଟ୍ରୋଲ 80 ଟଙ୍କାରେ କାହିଁକି କିଣିବାକୁ ପଡେ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଗତ 1 ମାସ ଧରି ପେଟ୍ରୋଲ ଦାମ ଲିଟର ପ୍ରତି 80.43 ଟଙ୍କାରେ ବିକ୍ରି ହେଉଛି । ଯେତେବେଳେ କି ଏହାର ବେସ ପ୍ରାଇସ ଲିଟର ପ୍ରତି 25 ଟଙ୍କାରୁ କମ ରହିଛି । ସେପଟେ କୋରୋନା କାଳରେ ଡିଜେଲ ଦାମ ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚି ପେଟ୍ରୋଲ ଠାରୁ ମହଙ୍ଗା ହୋଇଥିଲା । କିନ୍ତୁ ଏବେ ଡିଜେଲ ଦାମ ହ୍ରାସ ପାଇ ଲିଟର ପ୍ରତି 73.56 ଟଙ୍କା ରହିଛି ।

ଦିଲ୍ଲୀ ସରକାର ଦ୍ବାରା ଡିଜେଲ ଉପରେ ଭାଟ ହ୍ରାସ କରିବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଡିଜେଲ ଦାମ ଲିଟର ପିଛା 81.94 ଟଙ୍କାରୁ ଖସି 73.56 ଟଙ୍କା ରହିଛି । ତା ପରଠୁ ଏଥିରେ କୌଣସି ବୃଦ୍ଧି ହୋଇନାହିଁ । ତେବେ ଡିଜେଲର ବେସ ପ୍ରାଇସ ଲିଟର ପିଛା 28.02 ଟଙ୍କା ।

ବାସ୍ତବରେ ପେଟ୍ରୋଲ ଓ ଡିଜେଲ ଦାମରେ ଏହାର ବେସ ପ୍ରାଇସ, ମାଲ ଭଡା , ଡିଲର କମିଶନ ଆଦି 3 ଟି ଯୋଗଦାନ ବ୍ୟତିତ ମୋଟା ଅଙ୍କର ଟିକସ ଲାଗିଥାଏ । ଯେଉଁଥିପାଇଁ ଏହା ମହଙ୍ଗା ହୋଇଥାଏ ।

ଇଣ୍ଡିଆନ ଅଏଲ ୱେବସାଇଟରେ ଅଗଷ୍ଟ 1 ରେ ଅପଡେଟ କରାଯାଇଥିବା ପେଟ୍ରୋଲର ବିଲ୍ଡଅପ ପ୍ରାଇସ ଅନୁସାରେ , ପେଟ୍ରୋଲର ବେସ ପ୍ରାଇସ ଲିଟର ପିଛା 24.85 ଟଙ୍କା ରହିଛି । ଯାହା ଉପରେ ଲିଟର ପ୍ରତି 36 ପଇସା ଭଡା ଦେବା ପରେ ପେଟ୍ରୋଲ ପମ୍ପ ଡିଲରଙ୍କୁ ଲିଟର ପିଛା 25.21 ଟଙ୍କାରେ ଉପଲବ୍ଧ ହୋଇଥାଏ ।

ଏହା ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା 32.98 ଟଙ୍କା, ଡିଲରଙ୍କ ହାରାହାରୀ କମିଶନ 3.68 ଟଙ୍କା ଏବଂ ଭାଟ 18.56 ଟଙ୍କା ଲାଗିବା ପରେ ପୁଣି ଟିକସ ଆଦିକୁ ମିଶାଇ ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 80.43 ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଡିଜେଲ ବେସ ପ୍ରାଇସ 28.02 ଟଙ୍କା ରହିଛି । ଏହ ଉପରେ ଲିଟର ପ୍ରତି 33 ପଇସା ଭଡା ଦେବା ପରେ 27.35 ଟଙ୍କା ହିସାବରେ ଡିଲରଙ୍କୁ ଉପଲବ୍ଧ ହୁଏ । ଏହା ଉପରେ ଏକ୍ସସାଇଜ ଡ୍ୟୁଟି ଲିଟର ପିଛା 31.83 ଟଙ୍କା , ଡିଲରଙ୍କ ହାରାହାରୀ କମିଶନ 2.58 ଟଙ୍କା ଓ ଭାଟ 10.80 ଟଙ୍କା ଲାଗିବା ପରେ ଡିଜେଲର ବିକ୍ରି ଦାମ ଲିଟର ପ୍ରତି 73.56 ଟଙ୍କା ହୋଇଛାଏ ।

ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 80.43 ଟଙ୍କା ରହିଥିଲା ବେଳେ ସେଥିରେ 51.54 ଟଙ୍କା ଟିକସ ଲାଗିଥାଏ । ଯେତେବେଳେ କି ଡିଜେଲ ଦାମ ଲିଟର ପ୍ରତି 73.56 ଟଙ୍କା ରହିଥିବା ବେଳେ 42.63 ଟଙ୍କା ଟ୍ୟାକ୍ସ କଷାଯାଉଛି ।

ପ୍ରକାଶ ଯେ, ଜୁଲାଇ 30 ରେ ଦିଲ୍ଲୀ ସରକାର ଡିଜେଲ ଉପରେ 30 ପଇସା ଭାଟ ହଟାଇ 16.75 ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଥିଲେ ।

ABOUT THE AUTHOR

...view details