ଓଡିଶା

odisha

ETV Bharat / business

Financial planning: ନବ ବିବାହିତଙ୍କ ପାଇଁ ଜରୁରୀ ଆର୍ଥିକ ଯୋଜନା - ନବ ବିବାହିତଙ୍କ ପାଇଁ ଆର୍ଥିକ ଯୋଜନା

ଜୀବନ ଏକ ଚ୍ୟାଲେଞ୍ଜ । ସର୍ବଦା ସଠିକ୍‌ ପ୍ଲାନିଂ ସହ ଚ୍ୟାଲେଞ୍ଜର ମୁକାବିଲା କରିବା ଉଚିତ୍ । ବିଶେଷକରି ନବ ବିବାହିତଙ୍କ କ୍ଷେତ୍ରରେ ଆର୍ଥିକ ପ୍ଲାନିଂ ଖୁବ୍ ଜରୁରୀ ଅଟେ । ତେଣୁ ଦମ୍ପତି ଭାବେ ଜୀବନ ଆରମ୍ଭ କରିବା ପରେ ପ୍ରଥମେ ଆର୍ଥିକ ଯୋଜନା ପ୍ରସ୍ତୁତ କରନ୍ତୁ । ଜାଣନ୍ତୁ କିପରି କରିବେ ଏହି ଯୋଜନା

ନବ ବିବାହିତଙ୍କ ପାଇଁ ଜରୁରୀ ଆର୍ଥିକ ଯୋଜନା
ନବ ବିବାହିତଙ୍କ ପାଇଁ ଜରୁରୀ ଆର୍ଥିକ ଯୋଜନା

By

Published : Feb 17, 2022, 2:08 PM IST

ହାଇଦ୍ରାବାଦ: ପ୍ରେମର ମାସ ଫେବୃୟାରୀ । ଯଦିଓ ଭାଲେଣ୍ଟାଇନ ଡେ(Valentine's Day) ସରିଛି, ହେଲେ ମାସ ତମାମ୍ ପ୍ରେମର ମହକ ଚାରିଆଡେ ଅନୁଭୂତ ହେଉଛି । ପ୍ରକୃତ ପ୍ରେମର ମୂଲ୍ୟ ଏବଂ ସ୍ମୃତିକୁ ପାଳନ ପାଇଁ ଫେବୃୟାରୀ ୧୪ ଅର୍ଥାତ୍ ଭାଲେଣ୍ଟାଇନ ଡେ(Valentine's Day) ଠାରୁ ଅନ୍ୟ କିଛି ଭଲ ଦିନ ନାହିଁ । ତେବେ ପ୍ରେମକୁ ମଜବୁତ କରିବାକୁ ହେଲେ ପ୍ରେମୀ ଯୁଗଳ ଅଥବା ନବ ବିବାହିତ ପ୍ରଥମେ ଆର୍ଥିକ ଯୋଜନା ମାଧ୍ୟମରେ ନିଜ ଭବିଷ୍ୟତକୁ ସୁରକ୍ଷିତ କରିବା ଜରୁରୀ । ତାହାହେଲେ ସେମାନେ ଏକ ହାପି ଲାଇଫ୍ ଅତିବାହିତ କରିପାରିବେ । ବିଶେଷକରି ନବ ବିବାହିତଙ୍କ ପାଇଁ ଆର୍ଥିକ ଯୋଜନା(financial planning) ନିତାନ୍ତ ଆବଶ୍ୟକ ।

ଏକାଠି ସ୍ବପ୍ନ ଦେଖନ୍ତୁ:

ବିବାହିତ ଭାବେ ନିଜ ନବ ଜୀବନ ଆରମ୍ଭ କରିବା ପରେ ପ୍ରଥମ କାର୍ଯ୍ୟ ହେଉଛି ଯୋଜନା ପ୍ରସ୍ତୁତ କରିବା । ଏଥିପାଇଁ ପ୍ରଥମେ ଦୁହିଁଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଥିବା ଆବଶ୍ୟକ । ନବଦମ୍ପତି ପରସ୍ପରର ଆର୍ଥିକ ଲକ୍ଷ୍ୟକୁ ଜାଣିବା ଏବଂ ଏହାକୁ ନିଜର ଲକ୍ଷ୍ୟ ବନାଇବା ଉଚିତ୍ । ଏହାପରେ ଏକ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଏକାଠି ମିଶି ଆର୍ଥିକ ଯୋଜନାର ରୂପରେଖ ପ୍ରସ୍ତୁତ କରିବା ଦିଗରେ ଯତ୍ନବାନ ହେବା ଦରକାର । ଯଦି ଆମେ young coupleଙ୍କ କଥା କହିବା, ସେମାନଙ୍କ ନିକଟରେ ଦୀର୍ଘକାଳୀନ ନିବେଶର ସୁଯୋଗ ରହିଛି । ଯେଉଁଥିରେ ସେମାନେ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଏକ ବୃହତ୍ ପରିମାଣର ରାଶି ପାଇପାରିବେ ।

ସ୍ବପ୍ନ ସାକାର ପାଇଁ ଯୋଜନା ବନାନ୍ତୁ:

ଏକ ଆର୍ଥିକ ଲକ୍ଷ୍ୟ ହାସଲ ପାଇଁ ନବ ବିବାହିତ ପରସ୍ପର ମଧ୍ୟରେ ଚର୍ଚ୍ଚା କରିବା ଉଚିତ୍, ଯେମିତିକ ଉକ୍ତ ଲକ୍ଷ୍ୟ ପୂରଣ ପାଇଁ କାହାକୁ ଅଧିକ ପରିଶ୍ରମ କରିବାକୁ ହେବ । ଏତଦ୍‌ ବ୍ୟତୀତ ଏହା ସ୍ବଳ୍ପକାଳୀନ ନା ଦୀର୍ଘକାଳୀନ ଲାଭ ହାସଲ ଦିଗରେ ସହାୟକ ହେବ ତାହା ମଧ୍ୟ ସ୍ଥିର କରିବା ଉଚିତ୍ । ଯଦି ଉଭୟ ସ୍ବାମୀ-ସ୍ତ୍ରୀ କାମ କରିବାକୁ ନିଷ୍ପତ୍ତି ନେଉଛନ୍ତି, ତେବେ ଲକ୍ଷ୍ୟ ହାସଲ କରିବା ବହୁତ ସହଜ ହୋଇଥାଏ ।

ଯଦି ସେମାନଙ୍କ ମଧ୍ୟରେ ଜଣେ କାମ କରିବ ଏବଂ ଅନ୍ୟ ଜଣେ ଘର ସମ୍ଭାଳିବାର ନିର୍ଣ୍ଣୟ ନିଅନ୍ତି ତେବେ ଭବିଷ୍ୟତ ଯୋଜନାରେ କିଛି ପରିବର୍ତ୍ତନ କରିବାକୁ ହେବ । କେବଳ ଗୋଟିଏ ଲକ୍ଷ୍ୟ ସ୍ଥିର କରିଦେବା ଯଥେଷ୍ଟ ନୁହେଁ, ଏଥିପାଇଁ ହେଉଥିବା ଆପୋଷ ବୁଝାମଣା ଉପରେ ମଧ୍ୟ ଭରସା ରଖିବା ଦରକାର । ଦମ୍ପତି ପ୍ରଥମେ ଆୟରୁ ସଞ୍ଚୟ ଆରମ୍ଭ କରିବା ଆବଶ୍ୟକ ଏବଂ ପରେ ଖର୍ଚ୍ଚ ଦିଗରେ ଚିନ୍ତା କରିବା ଉଚିତ୍ । ସେମାନଙ୍କ ମଧ୍ୟରୁ ଯଦି ଜଣେ ହିଁ କାମ କରୁଛନ୍ତି ତାହାହେଲେ ମଧ୍ୟ ଉଭୟ ଉତ୍ତମ ବୁଝାବଣା ଏବଂ ପ୍ରତିବଦ୍ଧତା ସହ ନିଜ ଲକ୍ଷ୍ୟ ପ୍ରାପ୍ତ ଦିଗରେ କାର୍ଯ୍ୟ କରିବା ଜରୁରୀ ଏବଂ ଉଚିତ୍ ସମୟରେ ଉଚିତ୍ ଯୋଜନାରେ ନିବେଶ କରିବା ମହତ୍ତ୍ବପୂର୍ଣ୍ଣ ଅଟେ ।

ଋଣଠୁ ଦୂରେଇ ରୁହନ୍ତୁ:

ଯଦିଓ ଋଣ କରିବା ଏକ ଅପରାଧ ନୁହେଁ, ହେଲେ ଏହା ଉପଯୁକ୍ତ ଲକ୍ଷ୍ୟ ପାଇଁ କରାଯିବା ଆବଶ୍ୟକ । ଅଯଥା ଜିନିଷପତ୍ର କିଣିବା ଦ୍ବାରା ଜରୁରୀ ଜିନିଷ ବିକ୍ରି ହୋଇଯାଇପାରେ । ଯଦି ଆପଣ କୌଣସି ଲୋନ ନେଉଛନ୍ତି ତେବେ କମ୍ ସୁଧହାର ବିଶିଷ୍ଟ ଲୋନ ହିଁ ବାଛନ୍ତୁ । ମୂଲ୍ୟବାନ ଜିନିଷ ପାଇଁ ଋଣ କରନ୍ତୁ । ଏ କ୍ଷେତ୍ରରେ ହୋମ ଲୋନ ଶ୍ରେଷ୍ଠ ବିକଳ୍ପ ଅଟେ । ମିଳିତ ଭାବେ ହୋମ ଲୋନ ନେବା ଦ୍ବାରା ସୁଧହାର କମ୍ ହୋଇଥାଏ ।

ବୀମା ନିଅନ୍ତୁ:

ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ଉପଯୁକ୍ତ ବୀମା ପଲିସି ନେବା ଉଚିତ୍ । ଯଦି କୌଣସି ଅପ୍ରତ୍ୟାଶିତ ଘଟଣା ଘଟେ, ସେହି ସମୟରେ ଏହି ପଲିସି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଯେମିତିକି ଜୀବନ ବୀମା ବା ଲାଇଫ ଇନସ୍ୟୁରାନ୍ସ ଦୁର୍ଘଟଣା, ମାରାତ୍ମକ ରୋଗ ଏବଂ ବାର୍ଦ୍ଧକ୍ୟଜନିତ ମୃତ୍ୟୁରୁ ଆପଣଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ପିଲାଙ୍କ ଶିକ୍ଷା ପାଇଁ ମଧ୍ୟ ବୀମାର ଉପଯୋଗ କରାଯାଇପାରେ । ଜୀବନ ବୀମା ଏବଂ ସ୍ବାସ୍ଥ୍ୟ ବୀମା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଅଂଶ ହେବା ଉଚିତ୍ ।

ଭାବିଚିନ୍ତି ଯୋଜନା ବନାନ୍ତୁ

ଦମ୍ପତି ଭଲ ଭାବେ ଭାବିଚିନ୍ତି ନିବେଶ ଯୋଜନା କରିବା ଉଚିତ୍ । ଯାହା ଦୁହିଁଙ୍କ ପାଇଁ ଅନୁକୂଳ ହେଉଥିବ । ଏହା ସଙ୍ଗେ ସଙ୍ଗେ ପଲିସି ବାବଦରେ ସେମାନଙ୍କର ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ । ଯାହା ନିବେଶ ଉପରେ ସେମାନଙ୍କୁ ଠିକ୍ ନିଷ୍ପତ୍ତି ନେବାର ସାହାଯ୍ୟ କରିଥାଏ । ନିବେଶରେ ବିଭିନ୍ନ ବିକଳ୍ପର ଚୟନ କରନ୍ତୁ । କୌଣସି ଆର୍ଥିକ ଏକ୍ସପର୍ଟଙ୍କ ମଧ୍ୟ ପରାମର୍ଶ ନେଇପାରିବେ ।

ଆସନ୍ତାକାଲି ପାଇଁ ବଞ୍ଚନ୍ତୁ

ଜୀବନରେ ଏକ ସମୟରେ ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହାକୁ ଅନୁଭବ କରିବାକୁ ଆପଣ ସମସ୍ତ ପ୍ରଚେଷ୍ଟା କରନ୍ତୁ । କଠିନ ପରିଶ୍ରମ କରିବା ବ୍ୟତୀତ ନିଜ ଆର୍ଥିକ ଯୋଜନା ସମ୍ପର୍କରେ ମଧ୍ୟ ବିଚାର କରିବା ଉଚିତ୍, ଯାହା ନିବେଶ ଅଭିବୃଦ୍ଧି ହାସଲରେ ସହାୟକ ହେଉଥିବ । ବିପଦର ମୁକାବିଲା ପାଇଁ ଆପଣଙ୍କ ବୟସ ଏବଂ ସାମର୍ଥ୍ୟ ଏଠାରେ ମହତ୍ତ୍ବପୂର୍ଣ୍ଣ । ନବ ବିବାହିତଙ୍କ ପ୍ରାରମ୍ଭିକ ଦିନଗୁଡିକରେ ରିସ୍କ ଅଧିକ ରହିଥାଏ, ଏଥିପାଇଁ ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ସ୍କିମ୍ ଚୟନ କରନ୍ତୁ । ଯେମିତି ଯେମିତି ସମୟ ବିତିଯାଏ, ଆମେ ତାହାକୁ ସ୍ବିଚ୍ କରିବା ଦରକାର ଯାହା ନିବେଶକୁ ସୁରକ୍ଷିତ କରିଥିବ ।

ଆର୍ଥିକ ଯୋଜନା ଏକ ଯାତ୍ରା ସଦୃଶ । ଏହା ଗୋଟିଏ ଦିନରେ ଶେଷ ହୁଏନାହିଁ । ତେଣୁ ଏହି ପ୍ରେମ ମାସରେ ଆର୍ଥିକ ପ୍ରସଙ୍ଗରେ କିଛି ସମୟ ଅତିବାହିତ କରନ୍ତୁ । ଭବିଷ୍ୟତରେ ସମ୍ମୁଖୀନ ହେବାକୁ ଥିବା ନାନା ପ୍ରତିବନ୍ଧକକୁ ମୁକାବିଲା କରିବା ପାଇଁ ମାନସିକ ସ୍ତରରେ ସୁଦୃଢ ହୁଅନ୍ତୁ ବୋଲି TradesSmartର ସିଇଓ ବିକାଶ ସିଙ୍ଘାନିଆ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details