ଓଡିଶା

odisha

ETV Bharat / business

ଜୀବନ ପାଇଁ ଜରୁରୀ Financial planning, ଆପଣ କରିଛନ୍ତି ତ ?

ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନାକୁ କରିବାକୁ ହୁଏ । ସଠିକ୍‌ ପ୍ଲାନିଂ ସହ ସବୁ ଚ୍ୟାଲେଞ୍ଜର ମୁକାବିଲା କରିବା ଉଚିତ୍ । ଯାହା ଏକ ଚାପମୁକ୍ତ ଜୀବନ ଜିଇଁବାରେ ସାହାଯ୍ୟ କରେ । ତେବେ ଆପଣ ଏ କ୍ଷେତ୍ରରେ ସଠିକ୍ ଟ୍ରାକରେ ଅଛନ୍ତି ତ ? ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ ।

By

Published : Feb 4, 2022, 2:04 PM IST

Updated : Feb 4, 2022, 2:15 PM IST

Financial planning: ଆପଣ ଜୀବନର ସଠିକ୍ ଟ୍ରାକରେ ଅଛନ୍ତି ତ ? ପଢନ୍ତୁ କେମିତି ଜାଣିବେ
Financial planning: ଆପଣ ଜୀବନର ସଠିକ୍ ଟ୍ରାକରେ ଅଛନ୍ତି ତ ? ପଢନ୍ତୁ କେମିତି ଜାଣିବେ

ହାଇଦ୍ରାବାଦ:ଜୀବନ ଏକ ଚ୍ୟାଲେଞ୍ଜ । ସର୍ବଦା ସଠିକ୍‌ ପ୍ଲାନିଂ ସହ ଚ୍ୟାଲେଞ୍ଜର ମୁକାବିଲା କରିବା ଉଚିତ୍ । ଏହା ଆପଣଙ୍କୁ ଏକ ଚାପମୁକ୍ତ ଜୀବନ ଜିଇଁବାରେ ସାହାଯ୍ୟ କରେ । ଯଦି ଆପଣଙ୍କ ନିକଟରେ ପ୍ଲାନିଂ ନାହିଁ ତେବେ ଜୀବନରେ ବିଷାଦପୂର୍ଣ୍ଣ ହୋଇଯାଏ । ନିକଟ ଅତୀତରେ କୋଭିଡ ଯୋଗୁଁ ଏହିଭଳି ଅନେକ ଅପ୍ରତ୍ୟାଶିତ ଘଟଣାକ୍ରମ ସହ ଆମେ ପରିଚିତ ଅଛୁ । ଏବେ ବି ଭାରତର ଅନେକ ପରିବାର ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଆର୍ଥିକ ବୋଝ ଲଦି ବାଟ ଚାଲୁଛନ୍ତି । ଦିନ ପରେ ଦିନ ମହାମାରୀ ରୂପ ବଦାଳାଇଭା ସହ ଲୋକଙ୍କ ପାଇଁ ଅଡୁଆ ବଢୁଛି । ଏପରିସ୍ଥିତିରେ ଆପଣ ନିଜ ଶାରିରୀକ, ମାନସିକ ଏବଂ ଆର୍ଥିକ ସ୍ବାସ୍ଥ୍ୟର ସୁରକ୍ଷା ଦିଗରେ ଚିନ୍ତା କରିବା ଉଚିତ୍ ।

ଆର୍ଥିକ ଯୋଜନା(Financial planning): ଯେତେବେଳେ ଜୀବନରେ ଅନିଶ୍ଚିତତା ଆସେ, ଆମର ଆର୍ଥିକ ଯୋଜନା ବିଗିଡି ଯାଇଥାଏ । ତେବେ ଟିକିଏ ସାବଧାନତା ଦ୍ବାରା ଏହାକୁ ପୁଣିଥରେ ଟ୍ରାକକୁ ଆଣିହେବ । ଏଥିପାଇଁ ଆମକୁ ପ୍ରଥମେ ଜାଣିବାକୁ ହେବ ଯେ, ଆମର ଆର୍ଥିକ ସ୍ବାସ୍ଥ୍ୟବସ୍ଥା (ଫାଇନାନସିଆଲ ହେଲ୍‌ଥ) କିପରି ରହିଛି । ଆମ ଆର୍ଥିକ ପ୍ଲାନିଂରେ କ'ଣ ସବୁ ସମସ୍ୟା ରହିଛି, ନିଜକୁ ନିଜେ ଏ ପ୍ରଶ୍ନ କରନ୍ତୁ । ଆଉ ଏସବୁର ଜବାବ ଆପଣଙ୍କ ସମସ୍ୟା ଦୂର କରିବାରେ ସହାୟକ ହେବ । ଫାଇନାନସିଆଲ ପ୍ଲାନିଂ ଜରିଆରେ ଆମେ ନିଜର ଆୟ କିପରି ଆବଣ୍ଟନ କରୁଛେ ତାହା ଉପରେ ଧ୍ୟାନ ରଖିବାକୁ ହେବ । ଏଥିସହ ପୂର୍ବ ଅଭିଜ୍ଞତାରୁ ଏବେ କ'ଣ କରିବା ଦରକାର ତାହା ମଧ୍ୟ ଜାଣିବାକୁ ହେବ ।

ଅବସରକାଳୀନ ଯୋଜନା(Retirement plan): ଆମେ ରୋଜଗାର କରିବା ମାତ୍ରେ ନିଜ ଅବସରପରର ପ୍ଲାନିଂ ଆରମ୍ଭ କରିବା ଉଚିତ୍ । ପିପିଏଫ୍(PPF), ରାଷ୍ଟ୍ରୀୟ ପେନସନ ଯୋଜନା( national pension schemes) ଏବଂ ବାର୍ଷିକ ଯୋଜନାଗୁଡିକରେ ନିବେଶ କରିବା ଭଲ । ଏହାବ୍ୟତୀତ ଆପଣ ସୁନା, ରିଏଲ ଇଷ୍ଟେଟ୍ କିମ୍ବା ଅନ୍ୟାନ୍ୟ ସ୍କିମରେ ନିବେଶ କରିପାରିବେ, ଯାହା ଅବସରପ୍ରାପ୍ତ ପରେ ଆପଣଙ୍କୁ ଲାଭାଂଶ ପ୍ରଦାନ କରୁଥିବ ।

A) ଅବସରକାଳୀନ ପ୍ଲାନିଂ ଏବେ ଯାଏଁ ଆରମ୍ଭ କରିନାହାନ୍ତି ।

B) ଗୋଟିଏ ଅବସର ଯୋଜନା ରହିଛି, ହେଲେ ଏଥିରେ ପର୍ଯ୍ୟାପ୍ତ ନିବେଶ କରୁନାହାନ୍ତି ।

C) ଅବସର ପାଇଁ ଆଶାତିତ ନିବେଶ କରୁଛନ୍ତି ।

ଜରୁରୀକାଳୀନ ପାଣ୍ଠି(Emergency fund): ଅଚାନକ୍ ହେଉଥିବା ଖର୍ଚ୍ଚର କିପରି ସାମ୍ନା କରିବା ତାହା ଅନେକ ଲୋକ ଜାଣନ୍ତି ନାହିଁ । ବିଗତ ଦୁଇ ବର୍ଷ ହେଲା ଏପରି ସ୍ଥିତି ଉପୁଜୁଛି । ଏଥିପାଇଁ ପ୍ରତ୍ୟେକ ପରିବାର କିଛି ଜରୁରୀକାଳୀନ ପାଣ୍ଠି ସଂରକ୍ଷିତ କରିବା ଜରୁରୀ । ଯଦି ଏହି ପାଣ୍ଠି ଆପଣଙ୍କ ସହ ଥିବ ତେବେ କରଜରେ ବୁଡିବାରୁ ରକ୍ଷା ମିଳିପାରିବ । ତେଣୁ ଆପଣ ନିଜ ପାଖରେ ଜରୁରୀକାଳୀନ ପାଣ୍ଠି ସୁନିଶ୍ଚିତ କରନ୍ତୁ ଯାହା ଅତିକମରେ ୬ ମାସ ଯାଏଁ ଉପଯୋଗ କରିହେଉଥିବ ।

A) ଶୂନ୍ୟ ଜରୁରୀକାଳୀନ ପାଣ୍ଠି ।

B) ଜରୁରୀକାଳୀନ ପାଣ୍ଠି ଅଛି, ହେଲେ ଅଚାନକ ଏକ କାମରେ ବ୍ୟୟ ହୋଇଯାଇଛି ।

C) ଆଜି ଯାଏଁ କୌଣସି ପାଣ୍ଠିର ଉପଯୋଗ ହୋଇନାହିଁ ।

ବୀମା(Insurance):ପ୍ରତ୍ୟେକ ବ୍ୟକ୍ତି ବୀମା ନେବା ଆବଶ୍ୟକ । ଏହା ଆପଣଙ୍କୁ କୌଣସି ଅପ୍ରତ୍ୟାଶିତ ସ୍ଥିତିରେ ହେଉଥିବା ମୋଟ ଅଙ୍କର ଖର୍ଚ୍ଚ ବୋଝ ବୋହିବାକୁ ସାମାର୍ଥ୍ୟ ଦେଇଥାଏ । ୨୦୨୨ ଏବଂ ୨୦୨୧ରେ ଅନେକ ଲୋକ ସ୍ବାସ୍ଥ୍ୟ ବୀମାର ବ୍ୟବହାର କରିଛନ୍ତି । ଜରୁରୀକାଳୀନ ପାଣ୍ଠି ପରେ ଯଦି ଜୀବନରେ କୌଣସି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ତାହା ହେଉଛି ବୀମା ।

A) କୌଣସି ବୀମା ପଲିସି ନେଇନାହାନ୍ତି ।

B) ସ୍ବାସ୍ଥ୍ୟ ବୀମା ପଲିସି ଅଛି ଏବଂ ପୂର୍ବରୁ କ୍ଲେମ୍ କରିଛନ୍ତି ।

C) ସ୍ବାସ୍ଥ୍ୟ ବୀମାର ଆବଶ୍ୟକତା ଏ ଯାଏଁ ପଡିନାହିଁ ।

ଯଦି ଜରୁରୀ ଟଙ୍କା ଦରକାର ତେବେ ଋଣ ନେବା କୌଣସି ବଡ କଥା ନୁହେଁ । ହେଲେ ଋଣ ଯୋଗୁଁ ଆର୍ଥିକ ଏବଂ ମାନସିକ ବୋଝ ବଢାଇଥାଏ । ବ୍ୟକ୍ତିଗତ ଋଣ ପାଇଁ ୧୦ ପ୍ରତିଶତରୁ ୨୦ ପ୍ରତିଶତ ସୁଧ ଦେବାକୁ ହୋଇଥାଏ । କ୍ରେଡିଟ୍ କାର୍ଡରେ ବାର୍ଷିକ ସୁଧହାର ୪୦ ପ୍ରତିଶତ ଭରିବାକୁ ପଡିଥାଏ ଋଣକର୍ତ୍ତାଙ୍କୁ । ଯେତେବେଳେ ଆମେ ଉଚ୍ଚ ସୁଧହାରରେ ଲୋନ ନେଇଥାନ୍ତି ସେତେବେଳେ ଆମର ଆର୍ଥିକ ସ୍ଥିତି ବିଗିଡିବାର ସମ୍ଭାବନା ଅଧିକ ରହିଥାଏ ।

A) ପୂର୍ବରୁ ଏକ ଲୋନ ନେଇଛନ୍ତି ଏବଂ ଇଏମଆଇ ଭରିଆରେ ସମସ୍ୟା ହେଉଛି ।

B) ଲୋନ ନିଆଯାଇଛି, ହେଲେ ଇଏମଆଇ ଭରିବାରେ କୌଣସି ସମସ୍ୟା ହୋଇନାହିଁ ।

C) ଏ ଯାଏଁ କୌଣସି ଲୋନ୍ ନିଆଯାଇ ନାହିଁ ।

ନିବେଶ(Investments): ଦୀର୍ଘକାଳୀନ ଲକ୍ଷ୍ୟ ହାସଲ ଦିଗରେ ନିବେଶ ଶ୍ରେଷ୍ଠ ବିକଳ୍ପ ଅଟେ । ଆପଣ ୫୦୦ ଟଙ୍କାରୁ ନିବେଶ କରିପାରିବେ । ଗତ ଦୁଇ ବର୍ଷରେ ଲୋକମାନେ ନିଜ ନିବେଶ ଅଧାରୁ ବନ୍ଦ କରିବାର ଅନେକ ନଜିର୍ ରହିଛି । ବର୍ତ୍ତମାନ ତୃତୀୟ ଲହର ମଧ୍ୟରେ କିପରି ନିବେଶ ଆରମ୍ଭ କରିହେବ ସେ ଦିଗରେ ଚିନ୍ତା କରିବାର ସମୟ । ଛୋଟ ଛୋଟ ନିବେଶ ବିକଳ୍ପକୁ ଚୟନ କରିବା ପାଇଁ ଏକ୍ସପର୍ଟ ପରାମର୍ଶ ଦିଅନ୍ତି ।

A) ପୂର୍ବରୁ SIP ଏବଂ ଅନ୍ୟ ନିବେଶ ବନ୍ଦ ରହିଛି ।

B) କିଛି ସମୟ ହେଲା କୌଣସି ନୂଆ ନିବେଶ କରାଯାଇ ନାହିଁ, ହେଲେ ପୁରୁଣା ଚାଲୁ ରହିଛି ।

C) ନୂଆ ନିବେଶ ଆରମ୍ଭ ହୋଇଛି ।

ଆର୍ଥିକ ପ୍ଲାନିଂ ସହ ଜଡିତ ଉପରୋକ୍ତ ପ୍ରଶ୍ନଗୁଡିକର ଜବାବ ତଳେ ଦିଆଯାଇଛି । ସେଥିମଧ୍ୟରୁ କେଉଁଟା ଆପଣଙ୍କ ପାଇଁ ପ୍ରଯୁଜ୍ୟ ତାହା ଚୟନ କରନ୍ତୁ । ଯଦି ଦିଆଯାଇଥିବା ଉତ୍ତରରେ ଆପଣଙ୍କ (A) ଅପ୍ସନ ଅଧିକ ରହିଛି, ତେବେ ଆର୍ଥିକ ରୂପେ ଆପଣଙ୍କୁ ଅଧିକ ସାବଧାନତା ପରଖିବା ଜରୁରୀ । ତୁରନ୍ତ ଜରୁରୀକାଳୀନ ପାଣ୍ଠି ସଂରକ୍ଷିତ କରନ୍ତୁ । ତାହା ସଙ୍ଗେ ସଙ୍ଗେ ଋଣ ପରିଶୋଧ କରନ୍ତୁ ଏବଂ ବଳକା ରାଶିକୁ ନିବେଶରେ ଲଗାନ୍ତୁ।

ଯଦି ଅଧିକ 'B' ଅପ୍ସର ରହିଛି ତେବେ ଆପଣଙ୍କୁ ଜରୁରୀକାଳୀନ ପାଣ୍ଠି ବନାଇବା ଦରକାର । ବୀମା ସହ ସମ୍ବନ୍ଧିତ ଆବଶ୍ୟକତାକୁ ସମୀକ୍ଷା କରନ୍ତୁ ଏବଂ କୋଭିଡ ଲହର ପୂର୍ବରୁ ଆର୍ଥିକ ପ୍ଲାନିଂ ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ରୁହନ୍ତୁ ।

ଯଦି ଆପଣଙ୍କ ନିକଟରେ ଅଧିକ 'C' ଅଛି, ଏହାର ଅର୍ଥ ଆପଣ ଆର୍ଥିକ ରୂପେ ସ୍ଥିର ଅଟନ୍ତି । ଏହି ସନ୍ତୁଳନକୁ ବଜାୟ ରଖନ୍ତୁ । ଏସବୁ ଦିଗରେ ଧ୍ୟାନ ଦେଲେ ନିଜର ଲକ୍ଷ୍ୟ ସାଧାନ ଦିଗରେ ଆପଣଙ୍କୁ କୌଣସି ଜଟିଳତାର ସାମ୍ନା କରିବାକୁ ପଡିନ ନାହିଁ । ଏକ୍ସିସ ସିକ୍ୟୁରିଟିଜ ପରିଚାଳନା ନିର୍ଦ୍ଦେଶକ ବି ଗୋପକୁମାର(B Gopakumar, MD-CEO, Axis Securities) ଏହା କହିଛନ୍ତି ।

Last Updated : Feb 4, 2022, 2:15 PM IST

ABOUT THE AUTHOR

...view details