ଓଡିଶା

odisha

ETV Bharat / business

ଘାଟାରେ ରାଜକୋଷ, ଆରବିଆଇଠୁ 30 ହଜାର କୋଟି ଚାହୁଁଛି କେନ୍ଦ୍ର - rbi interim dividend

ଆରବିଆଇ ଠାରୁ 25ରୁ 30 ହଜାର କୋଟି ଟଙ୍କା ଚାହୁଁଛନ୍ତି କେନ୍ଦ୍ର ସରକାର। ରାଜକୋଷୀୟ ଘାଟାକୁ ନଜରରେ ରଖି ସରକାର ଆରବିଆଇ ଠାରୁ ଆର୍ଥିକ ସହଯୋଗ ପାଇଁ ଜୋର ଦେଉଛନ୍ତି।

finance ministry may push for rs 30000 cr interim dividend from rbi
ଆରବିଆଇଠୁ 30 ହଜାର କୋଟି ଚାହୁଁଛି କେନ୍ଦ୍ର

By

Published : Jan 22, 2020, 9:33 AM IST


ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ 25,000 ରୁ 30,000 କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପାଇଁ ଆରବିଆଇ ଉପରେ ଚାପ ପକାଇପାରେ। ଏହା ତୃତୀୟ ଥର ହେବ, ଯେଉଁଥିରେ ରାଜକୋଷୀୟ ଘାଟା 2019-20ରେ 3.3 ପ୍ରତିଶତରୁ ଅଧିକ ରହିପାରିନାହିଁ।

ପୋଷ୍ଟ ବଜେଟ ଭିଜନ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରମ୍ପରାଗତ ବୈଠକରେ ଏ ବାବଦରେ ଆଲୋଚନା କରା ଯାଇପାରେ। ଆର୍ଥିକ ବର୍ଷ 2020 ପାଇଁ ସରକାର, ଆରବିଆଇ ଠାରୁ 90 ହଜାର କୋଟି ଲାଭାଂଶ ବଜେଟ ଅନୁମାନ ରଖିଛନ୍ତି। ଏପଟେ ଆରବିଆଇ ଜୁଲାଇ-ଜୁନ ଆର୍ଥିକ ବର୍ଷର ଅନୁସରଣ କରୁଛି । ଆରବିଆଇର ମୋଟ ଲାଭାଂଶର 2019-20(ଜୁଲାଇ-ଜୁନ)ର ଅନ୍ତରୀଣ ଲାଭାଂଶରୁ ସରକାରଙ୍କୁ ରାଜକୋଷୀୟ ଘାଟା 3.3 ପ୍ରତିଶତ ରଖିଲେ ଅଧିକ ସହାୟକ ହେବ।

ପୂର୍ବରୁ ଆରବିଆଇ ପକ୍ଷରୁ ଅନ୍ତରୀଣ ଲାଭାଂଶ ରୂପେ ମୋଟ 38,000 କୋଟି ଟଙ୍କା ଯୋଗାଇଛି। ସେଥିରେ 2019ରେ 28,000 କୋଟି ଟଙ୍କା ଓ ଆର୍ଥିକ ବର୍ଷ 2018ରେ 10,000 କୋଟି ଟଙ୍କା ଦିଆଯାଇଛି।

ଯଦି ଆରବିଆଇ ବୋର୍ଡ ଅନୁମତି ଦେବ, ଏହାକୁ ମିଶାଇ ତୃତୀୟ ଥର ପାଇଁ ସରକାରଙ୍କୁ ଅନ୍ତରୀଣ ଲାଭାଂଶ ଭାବେ ଆର୍ଥିକ ସହଯୋଗ କରାଯିବ।

ABOUT THE AUTHOR

...view details