ମୁମ୍ବାଇ: ବଜେଟରେ ଘୋଷଣା ହୋଇଥିବା ନୂଆ କର ବ୍ୟବସ୍ଥାକୁ ପ୍ରାୟ 80 ପ୍ରତିଶତ କରଦାତା ଆପଣାଇ ପାରନ୍ତି । ଏନେଇ ମନ୍ତ୍ରଣାଳୟ ଆଶା ରଖିଥିବା ନେଇ କହିଛନ୍ତି ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ।
ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ନୂଆ କର ସ୍ଲାବ ପ୍ରସ୍ତାବ ଦିଆଯାଇଛି । ହେଲେ ତଥାପି ପୁରୁଣା ଟିକସ ବ୍ୟବସ୍ଥାର ବିକଳ୍ପ ରହିଛି । ଯଦି କରଦାତା ନୂଆ ବ୍ୟବସ୍ଥାରେ କର ଭରନ୍ତି, 70 ରିହାତି ସୁବିଧା ପାଇପାରିବେ ନାହିଁ। ପୂର୍ବରୁ ବୀମା, ନିବେଶ, ମେଡିକାଲ, ଟିଉସନ ଫି ଭଳି 100ଟି ଏକଜମ୍ପସନ ରହିଥିଲା । ଏବେ ଆୟକର ଭରିବା ପୂର୍ବରୁ କରଦାତା ଗଣିତ ଲଗାଇବେ କି କେଉଁଥିରେ ଟିକସ ଭରିବେ।