ଓଡିଶା

odisha

By

Published : May 29, 2020, 6:04 PM IST

ETV Bharat / business

କୋଭିଡରେ କେତେ ହରାଇଲେ ଚାକିରୀ, ତଥ୍ୟ ଦେବାକୁ ଶ୍ରମ ମନ୍ତ୍ରାଣଳକୁ ନିର୍ଦ୍ଦେଶ

କୋଭିଡ ସଙ୍କଟ ମଧ୍ୟରେ କେତେ ରୋଜାଗାର ହରାଇଛନ୍ତି । ତାହାର ତଥ୍ୟ ସଂଗ୍ରହ ପାଇଁ ଶ୍ରମ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛି ଅର୍ଥମନ୍ତ୍ରାଳୟ । ଅଧିକ ପଢନ୍ତୁ..

Finance Ministry asks Labour Ministry to collect data on job losses due to COVID-19 crisis
ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ: କୋରୋନା କଟକଣା ଓ ଲକଡାଉନ ମଧ୍ୟରେ ଅଧିକ ସଂଖ୍ୟାକ ଲୋକ ଜୀବିକା ହରାଇଛନ୍ତି । ଆୟ ନଥିବାକୁ ବହୁତ ଛଟେଇ ମଧ୍ୟ ହୋଇଛନ୍ତି । ତେବେ ଏହି ସଙ୍କଟ ସମୟରେ କେତେଜଣ ଚାକିରୀ ହରାଇଛନ୍ତି, ତାହାର ତଥ୍ୟ ସଂଗ୍ରହ ପାଇଁ ଶ୍ରମ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ । ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି ।

ଛଟେଇ ଓ ଦରମା ହ୍ରାସର ରିପୋର୍ଟ ସଂଗ୍ରହ ପାଇଁ ଅର୍ଥମନ୍ତ୍ରାଳୟ ଶ୍ରମ ମନ୍ତ୍ରାଳୟ ସହ ଜଡିତ ହୋଇ କାମ କରୁଛି । ଏହା ବ୍ୟତିତ ଅର୍ଥମନ୍ତ୍ରାଳୟ ଏବେ ରାଷ୍ଟ୍ରାୟତ ବ୍ୟାଙ୍କ ଦ୍ବାରା ମଞ୍ଜୁର ଋଣ ଓ ଏହା ଜାରି କରିବା ମଧ୍ୟରେ ହେଉଥିବା ମିସମ୍ୟାଚ ନେଇ ଯାଞ୍ଚ କରୁଛି ।

ଅର୍ଥମନ୍ତ୍ରାଳଯ ପକ୍ଷରୁ ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂଚନା ଦିଆଯାଇଛି କି, ସରକାରୀ ଋଣ ଉପରେ ଖର୍ଚ୍ଚ ହ୍ରାସ ପାଇଁ ଧ୍ୟାନ ଦିଆଯାଇଛି । ଏଥିମଧ୍ୟରେ ଜଣାପଡିଛି କି ଚୀନରୁ ବିଦେଶୀ ପୋର୍ଟଫୋଲିଓ ନିବେଶ(Foreign Portfolio Investment) ଉପରେ ପ୍ରତିବନ୍ଧକ ଲଗାଇବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।

ABOUT THE AUTHOR

...view details