ନୂଆଦିଲ୍ଲୀ: କୋରୋନା କଟକଣାରେ ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ଭିଟାମିନ ଦେବା ପାଇଁ ପୁଣି ଆର୍ଥିକ ପ୍ୟାକେଜର ଘୋଷଣା କରିବେ ଅର୍ଥ ମନ୍ତ୍ରୀ । ମହାମାରୀରେ କ୍ଷତିଗ୍ରସ୍ତ ଶିଳ୍ପର ଅପିଲ ଓ ଦାବିକୁ ଦୃଷ୍ଟିରେ ରଖି ଏହି ବୁଷ୍ଟର ଦିଆଯିବ । ଆର୍ଥିକ ବ୍ୟାପର ବିଭାଗ(DEA) ର ସଚିବ ତରୁଣ ବଜାର ଏ ନେଇ ମଙ୍ଗଳବାର କହିଛନ୍ତି ।
ଅର୍ଥବ୍ୟବସ୍ଥାକୁ ସଳଖିବା ପାଇଁ ଲଗାତାର ପଦକ୍ଷେପ ନିଆଯାଉଛି । ଯାହା ଦ୍ବାରା ଅର୍ଥନୀତିରେ ଉତ୍ସାହଜନକ ବିକାଶ ଦେଖାଦେଉଛି । ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ 1 ଲକ୍ଷ କୋଟି ପାର କରିଥିବା ବେଳେ ଗତ ବର୍ଷ ତୁଳନାରେ ଏଥିରେ 10 ପ୍ରତିଶତ ବୃଦ୍ଧି ଦେଖାଦେଇଛି । ସେହିଭଳି ବିଦ୍ୟୁତ ଚାହିଦା, ରପ୍ତାନୀ ଏବଂ ଆମଦାନୀରେ ମଧ୍ୟ ସୁଧାର ଦେଖାଦେଇଛି । ଗାଡି ବିକ୍ରି ବଢିଛି , ବିନିର୍ମାଣ ଉଦ୍ୟୋଗର ଗତିବିଧିରେ ସୁଧାର ଦେଖାଦେଇଛି ।