ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ର ବକେୟା ପେମେଣ୍ଟ ସ୍ଥିତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ଓ କେନ୍ଦ୍ର ସରକାରଙ୍କ ଏଜେନ୍ସି ଉପରେ କ୍ଷୁଦ୍ର ଓ ମଧ୍ୟମ ୟୁନିଟଗୁଡିକର ବକେୟା ବାବଦରେ ସ୍ବତନ୍ତ୍ର ଭାବେ ସମୀକ୍ଷା କରିଛନ୍ତି ।
ବୈଠକରେ ଆର୍ଥିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା , ଏମଏସଏମଇ ସଚିବ ଏ କେ ଶର୍ମା ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏ ବର୍ଷ ମେ ମାସରେ ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ କେନ୍ଦ୍ର ସରକାରଙ୍କ ଏଜେନ୍ସି ଓ ସିପିଏସଇକୁ ଏମଏସଏମଇର ବକେୟା 45 ଦିନରେ ପୈଠ ଦିଶା ନିର୍ଦ୍ଦେଶ ରହିଥିଲା ।