ଓଡିଶା

odisha

ETV Bharat / business

ଦିପାବଳୀ ପୂର୍ବରୁ ଆତ୍ମନିର୍ଭର ଭାରତ 3.0 ଘୋଷଣା କଲେ ଅର୍ଥମନ୍ତ୍ରୀ

କୋରୋନା ସଙ୍କଟ ମଧ୍ୟରେ ଅର୍ଥନୀତିକୁ ଭିଟାମିନ ଦେବାକୁ ପୁଣି ଆଉ ଏକ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ନିଯୁକ୍ତିକୁ ଅଧିକ ଫୋକସ କରାଯାଇଥିବା ବେଳେ କୋରୋନା ଟିକା ବିକାଶ ପାଇଁ ଦିଆଯାଇଛି ଗୁରୁତ୍ବ । ଅଧିକ ପଢନ୍ତୁ..

By

Published : Nov 12, 2020, 3:54 PM IST

ଦିପାବଳୀ ପୂର୍ବରୁ ଆତ୍ମନିର୍ଭର ଭାରତ 3.0 ଆଣିଲେ  ଅର୍ଥମନ୍ତ୍ରୀ
ଦିପାବଳୀ ପୂର୍ବରୁ ଆତ୍ମନିର୍ଭର ଭାରତ 3.0 ଆଣିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା କାଳରେ ବଢିଥିବା ଆର୍ଥିକ ସଙ୍କଟକୁ ରିଲିଫ ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ପ୍ୟାକେଜ ଆଣିଛନ୍ତି । ଏହା ଅଧିନରେ ମୋଟ 2,65,080 କୋଟି ଟଙ୍କାର 12ଟି ଯୋଜନାର ଘୋଷଣା ହୋଇଛି । ଏହି ରାଶି ଜିଡିପିର 15 ପ୍ରତିଶତ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଏଥିରେ ଫର୍ଟିଲାଇଜ ପାଇଁ 65000 କୋଟି ଟଙ୍କାର ସବସିଡି ଦିଆଯିବ । ସରକାର ଦାବି କରିଛନ୍ତି କି ଏହାଦ୍ବାରା 14 କୋଟି କୃଷକଙ୍କୁ ଫାଇଦା ମିଳିବ । ଏଥିସହ କୋରୋନା ଭ୍ୟାକ୍ସିନ ଗବେଷଣା ଓ ବିକାଶ ପାଇଁ 900 କୋଟି ଟଙ୍କାର ପ୍ରାବଧାନ କରାଯାଇଛି । କୋଭିଡ ସୁରକ୍ଷା ମିଶନ ଅଧିନରେ ଏହି ଟଙ୍କାର ଡିପାର୍ଟମେଣ୍ଟ ଅଫ ବାୟୋ ଟେକ୍ନୋଲୋଜିକୁ ଦିଆଯିବ । କ୍ୟାପିଟାଲ ଓ ଇଣ୍ଡଷ୍ଟ୍ରିଆଲ ଏକ୍ସପେଣ୍ଡିଚର ପାଇଁ ଅତିରିକ୍ତ 10200 କୋଟି ଟଙ୍କା ଦିଆଯିବ । ଏହା ଦ୍ବାରା ରକ୍ଷା ଉପକରଣ ତିଆରି କରୁଥିବା ଘରୋଇ କମ୍ପାନୀ ଓ ଗ୍ରୀନ ଏନର୍ଜି କମ୍ପାନୀଙ୍କୁ ଫାଇଦା ହେବ ।

ଅର୍ଥମନ୍ତ୍ରୀଙ୍କ ଆଗତ ଆତ୍ମନିର୍ଭର ଭାରତ ଅଭିଯାନର ରିପୋର୍ଟ କାର୍ଡ

  • ୱାନ ନେସନ ୱାନ ରାସନ କାର୍ଡ ଦ୍ବାରା 68.6 ଲାଭାର୍ଥୀ ହେଲେ ଉପକୃତ
  • 18 ରାଜ୍ୟ ଓ ସଙ୍ଘୀୟ ରାଜ୍ୟରେ 1.5 କୋଟି ନେଣ ଦେଣ ପ୍ରତିମାସରେ ହେଉଛି
  • 26.62 ଲକ୍ଷ ଷ୍ଟ୍ରିଟ ଭେଣ୍ଡରଙ୍କ ଲୋନ ଆବେଦନ ମିଳିଛି
  • 13.8 ଲକ୍ଷ ଷ୍ଟ୍ରିଟ ଭେଣ୍ଡରଙ୍କ ଲୋନ ମଞ୍ଜୁର ହୋଇଛି
  • ପ୍ରବାସୀ ଶ୍ରମିକଙ୍କୁ ଆଶ୍ବସ୍ତି ଦେବା ପାଇଁ ହୋଇଛି ପୋର୍ଟାଲ
  • 2.5 କୋଟି କୃଷକଙ୍କୁ କିଶାନ କାର୍ଡର ଲାଭ ମିଳିଛି
  • ମତ୍ସ୍ୟ ସମ୍ପଦ ଯୋଜନା ଅଧିନରେ 1,681 କୋଟି ଟଙ୍କା ଆବଣ୍ଟିତ
  • ନାବାର୍ଡ ଜରିଆରେ କୃଷକଙ୍କୁ ଦିଆଯାଇଛି 25,000 କୋଟି ଟଙ୍କା
  • 17 ରାଜ୍ୟକୁ ବିନା ସୁଧରେ 3621 କୋଟି ଟଙ୍କା ଋଣ ଦିଆଯାଇଛି
  • ଏନବିଏଫସିକୁ 7,227 କୋଟି ଟଙ୍କା ଆବଣ୍ଟିତ ହୋଇଛି
  • 1.32 ଲକ୍ଷ କୋଟି ଟଙ୍କାର ଆୟକର ରିଟର୍ଣ୍ଣ ଜାରି କରାଯାଇଛି

ଆତ୍ମନିର୍ଭର ଭାରତ 3.0 ଘୋଷଣା

  • ରୋଜଗାର ସୃଷ୍ଟି ଲକ୍ଷ୍ୟ
  • ଅକ୍ଟୋବର ପହିଲାରୁ ଲାଗୁ ନୂଆ ରୋଜଗାର ଯୋଜନା
  • ମାର୍ଚ୍ଚ-ସେପ୍ଟେମ୍ବର ମଧ୍ୟରେ ଚାକିରୀ ହରାଇଥିବା ଲୋକଙ୍କୁ ମିଳିବ ସୁଯୋଗ
  • ଇପିଏଫଓ ଅଧିନରେ ଆସିବେ ନୂଆ କର୍ମଚାରୀ
  • 2 ବର୍ଷ ଯାଏଁ ସଂରକ୍ଷିତ ରହିବେ ନୂଆ କର୍ମଚାରୀ
  • 15 ହଜାରରୁ କମ ଦରମା ପାଉଥିବା କର୍ମଚାରୀ ହେବେ ଲାଭବାନ
  • କମ୍ପାନୀକୁ ନୂଆ କର୍ମଚାରୀ ଭର୍ତ୍ତି ଉପରେ ମିଳିବ ପିଏଫ ଭାର

2021 ମାର୍ଚ୍ଚ 31 ସୁଦ୍ଧା ହେବ ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ (ଇସିଏଲଜିଏସ)ର ବିସ୍ତାର

  • ଇସିଏଲଜିଏସ 2.0ରେ 5 ବର୍ଷର ଅତିରିକ୍ତ କ୍ରେଡିଟ ସ୍କିମ
  • 1.46 ଲକ୍ଷ କୋଟି ଟଙ୍କା ପିଏଲଆଇ ସ୍କିମ
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀଙ୍କ ପାଇଁ ଅତିରିକ୍ତ 18,000 କୋଟି ଟଙ୍କା
  • 12 ଲକ୍ଷ ଘରର ସ୍ଥାପିତ ଓ 18 ଲକ୍ଷ ଘରର ନିର୍ମାଣ ପୂରା କରିବା ଲକ୍ଷ୍ୟ
  • 78 ଲକ୍ଷ ରୋଜଗାର ସୃଷ୍ଟି ଅନୁମାନ
  • ନିର୍ମାଣକର୍ତ୍ତା ଓ ଘର କ୍ରେତାଙ୍କୁ ମିଳିବ ଆୟକରରେ ରିହାତି
  • କୃଷକଙ୍କୁ ଫର୍ଟିଲାଇଜରରେ 65,000 କୋଟି ଟଙ୍କାର ସବସିଡି

ABOUT THE AUTHOR

...view details